ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ। ଅପରାହ୍ଣ ୫ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟରେ ବି ଫାର୍ମ, ଏମ ଫାର୍ମ, ଏମବିଏ ଓ ଲାଟେରାଲ ଏଣ୍ଟ୍ରିରେ ବି ଟେକ୍, ବି ଫାର୍ମ ଓ ଏମସିଏ ପାଠ୍ୟକ୍ରମରେ ନାମଲେଖା ପାଇଁ ରାଜ୍ୟର ୪୮ ହଜାର ୩୧୭ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି। ଛାତ୍ରଛାତ୍ରୀମାନେ ଓଜେଇଇର ଅଫିସିଆଲ ୱେବସାଇଟକୁ ଯାଇ ପରୀକ୍ଷା ଫଳ ଜାଣିପାରିବେ।

ଗତ ୧୩ ତାରିଖରେ ରାଜ୍ୟର ୨୦ଟି ସହରର ୮୧ଟି ପରୀକ୍ଷା କେନ୍ଦ୍ରରେ ଓଜେଇଇ ଅନୁଷ୍ଠିତ ହୋଇଥିଲା।

Previous ArticleNext Article

Send this to a friend