ଜୟଦେବ ଭବନରୁ ଶୁଭିଲା ‘ଚୁନା ଚୁନା ତାରାଫୁଲ’, ଲତାଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭୁବନେଶ୍ୱର ଜୟଦେବ ଭବନରେ ପ୍ରଦର୍ଶିତ ହୋଇଛି ୫୫ ବର୍ଷ ତଳର ଓଡିଆ ଫିଲ୍ମ ସୂର୍ଯ୍ୟମୁଖୀ। ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ପକ୍ଷରୁ ପ୍ରଦର୍ଶିତ ଏହି ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା । ୧୯୬୨ ମସିହାର ଏହି ଫିଲ୍ମ ସେତେବେଳେ ରାଷ୍ଟ୍ରପତି ପୁରସ୍କାର ପାଇଥିଲା । ଲତା ମଙ୍ଗେସକର କଣ୍ଠଦାନ କରିଥିବା ଗୀତ “ସେଇ ଚୁନା ଚୁନା ତାରାଫୁଲେ” ଦର୍ଶକଙ୍କୁ ମତୁଆଲା କରିଥିଲା। ଫିଲ୍ମର ସଂଗୀତ  ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର । ଫିଲ୍ମରେ ଅଭିନୟ କରିଥିବା ଅନେକ କଳାକାରଙ୍କ ନିଧନ ହୋଇ ସାରିଥିବା ବେଳେ ଏଥିରେ ଜଡ଼ିତ ଥିବା ଅଭିନେତ୍ରୀ, ସଂଗୀତ ନିର୍ଦ୍ଦେଶକ ଓ ଅନ୍ୟ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Previous ArticleNext Article

Send this to a friend