ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ

gold

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନ ବନ୍ଦରରୁ ଆଜି ପୁଣି ଥରେ ଚୋରାଚାଲାଣ ବେଳେ ସୁନା ଅଳଙ୍କାର ଜବତ କରାଯାଇଛି। ଜଣେ ମହିଳା ସୁନା ଚୁଡି ଓ ଚେନ୍‌ରେ ରୂପା କୋଟିଂ କରି ଆଣୁଥିବା ବେଳେ ଧରାପଡ଼ିଛନ୍ତି। ତାଙ୍କଠାରୁ ଜବତ ସୁନା ଅଳଙ୍କାରର ମୂଲ୍ୟ ୧୭ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି କଷ୍ଟମ୍‌ ବିଭାଗ ପକ୍ଷରୁ କୁହାଯାଇଛି।

ମହିଳା ଜଣଙ୍କୁ ପୋଲିସ ଅଟକ ରଖିଛି। ସେ ଥାଇଲ୍ୟାଣ୍ଡର ବୋଲି ଜଣାପଡ଼ିଛି। ଥାଇଲ୍ୟାଣ୍ଡ ପାସ୍‌ପୋର୍ଟରେ ସେ ଓଡ଼ିଶା ଆସିଥିଲେ।

Previous ArticleNext Article

Send this to a friend