ନାଳ ଭିତରେ ଫସିବା ଘଟଣା: ଜଣଙ୍କ ମୃତ ଦେହ ଉଦ୍ଧାର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଇସ୍ପାତ କାରଖାନାର ବର୍ଜ୍ୟବସ୍ତୁ ନାଳ ଭିତରେ ଫସି ରହିଥିବା ୫ ଯୁବକଙ୍କ ମଧ୍ୟରୁ ଜଣକର ମୃତଦେହ ମିଳିଛି।  ତେବେ ମୃତଦେହଟିକୁ ଚିହ୍ନଟ କରାଯାଇ ପାରିନି।  ଗତକାଲି ସନ୍ଧ୍ୟା ପରେ ସର୍ଚ୍ଚ ଅପରେସନକୁ ବନ୍ଦ ରଖାଯାଇଥିଲା। ଆଜି ସକାଳୁ ପୁଣି ଅପରେସନ ଆରମ୍ଭ ହେବ।

୫ ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଗତକାଲି ଓଡ୍ରାଫ୍, ଅଗ୍ନିଶମ ବାହିନୀ, ଓଡ଼ିଶା ପୋଲିସ, CISF ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ବୈଷୟିକ ଟିମ୍ ବର୍ଜ୍ୟବସ୍ତୁ ଟନେଲ ଭିତରକୁ ଯାଇ ଖୋଜାଖୋଜି କରିଥିଲେ। ତେବେ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟମାନଙ୍କ ସନ୍ଧାନ ମିଳି ପାରି ନାହିଁ।

ସୂଚନାମୁତାବକ,  ଗତ ୩ ତାରିଖରେ RSP ବର୍ଜ୍ୟବସ୍ତୁ ନିଷ୍କାସନ ଟନେଲ ଦେଇ ଉଦିତନଗର ଶୀତଳପଡ଼ାର ୯ ଜଣ ଯୁବକ ପ୍ଲାଣ୍ଟ ଭିତରକୁ ଚୋରି ଉଦ୍ଦେଶ୍ୟରେ ପଶିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୫ ଜଣ ବାହାରି ଆସିଥିବା ବେଳେ ୪ ଜଣ ଫସି ରହିଥିଲେ।  ସେମାନଙ୍କୁ ଉଦ୍ଧାର ପାଇଁ ପରଦିନ ଆଉ ଦୁଇଜଣ ଟନେଲ ଭିତରକୁ ଯାଇଥିବା ବେଳେ ସେମାନଙ୍କ ଭିତରୁ ପୁଣି ଜଣେ ଫସି ଯାଇଥିଲେ।

Previous ArticleNext Article

Send this to a friend