ଓଲଟିଲା କାଜୁ ବୋଝେଇ ଟ୍ରକ୍; ଜଣେ ମୃତ, ୫ ଆହତ

ମୋହନା,(ମିହିର ଜତି): ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିର ମୃଗବିହାର ନିକଟରେ ଏକ କାଜୁ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବା ପରେ ଓଲଟି ପଡ଼ିଛି। ଟ୍ରକ୍ ଭିତରେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

ମୃତକ ଜଣକ ହେଲେ ଖୋର୍ଦ୍ଧା ବଡ଼ପୋଖରିଆ ପଞ୍ଚାୟତ ଓଳସିଂ ଗ୍ରାମର ଭାସ୍କର ଚନ୍ଦ୍ର ସାହୁ। ଆହତଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

କାଜୁ ବୋଝେଇ ଟ୍ରକଟି ରାୟଗଡ଼ାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ତପ୍ତପାଣି ଘାଟିରେ ଗଛକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଟ୍ରକ୍ ଭିତରେ ଚାପି ହୋଇ ରହିଥିବା ଭାସ୍କରଙ୍କ ମୃତଦେହକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି।

Previous ArticleNext Article

Leave a Reply

Send this to a friend