ଗାଁ ବିଲରୁ ହାତୀର ମୃତଦେହ ଠାବ

<p>ବାରିପଦା(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବଇଁଚା ଗାଁ ବିଲରୁ ଆଜି ସକାଳେ ଏକ ହାତୀର ମୃତଦେହ ଦେଖିବାକୁ ମିଳିଛି। ହାତୀଟିର ବୟସ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚିଛନ୍ତି। ନିୟମ ମୁତାବକ ହାତୀର ମୃତଦେହର ବ୍ୟବଚ୍ଛେଦ ପରେ ଏହାକୁ ମାଟିରେ ପୋତାଯିବ ବୋଲି ବନବିଭାଗ କହିଛି।</p> <p>ସୂଚନାଅନୁସାରେ,ଗତକାଲି ରାତିରୁ ଗାଁ ମୁଣ୍ଡରେ ୬ଟି ହାତୀ ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଝାଡ଼ଖଣ୍ଡ ଆଡୁ ୪୦ରୁ ଅଧିକ ହାତୀ ପଶ୍ଚିମବଙ୍ଗ ସୀମା ଦେଇ ଓଡ଼ିଶାରେ ପ୍ରବେଶ କରିଛନ୍ତି। ଏହି ହାତୀ ଗୁଡ଼ିକ ବିଭିନ୍ନ ଦଳରେ ଭାଗ ହୋଇ ରାସଗୋବିନ୍ଦପୁର ଓ ଦେଉଳି ରେଞ୍ଜର ଗାଁ ଓ ଜଙ୍ଗଲ ମାନଙ୍କରେ ରହିଛନ୍ତି।</p>

Ordigital Desk
  • Published: Saturday, 28 April 2018
  • Updated: 28 April 2018, 08:22 AM IST

Sports

Latest News

<p>ବାରିପଦା(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବଇଁଚା ଗାଁ ବିଲରୁ ଆଜି ସକାଳେ ଏକ ହାତୀର ମୃତଦେହ ଦେଖିବାକୁ ମିଳିଛି। ହାତୀଟିର ବୟସ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚିଛନ୍ତି। ନିୟମ ମୁତାବକ ହାତୀର ମୃତଦେହର ବ୍ୟବଚ୍ଛେଦ ପରେ ଏହାକୁ ମାଟିରେ ପୋତାଯିବ ବୋଲି ବନବିଭାଗ କହିଛି।</p><p>ସୂଚନାଅନୁସାରେ,ଗତକାଲି ରାତିରୁ ଗାଁ ମୁଣ୍ଡରେ ୬ଟି ହାତୀ ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଝାଡ଼ଖଣ୍ଡ ଆଡୁ ୪୦ରୁ ଅଧିକ ହାତୀ ପଶ୍ଚିମବଙ୍ଗ ସୀମା ଦେଇ ଓଡ଼ିଶାରେ ପ୍ରବେଶ କରିଛନ୍ତି। ଏହି ହାତୀ ଗୁଡ଼ିକ ବିଭିନ୍ନ ଦଳରେ ଭାଗ ହୋଇ ରାସଗୋବିନ୍ଦପୁର ଓ ଦେଉଳି ରେଞ୍ଜର ଗାଁ ଓ ଜଙ୍ଗଲ ମାନଙ୍କରେ ରହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos