ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

scb

କଟକ: କଟକ ମହାନଦୀ ପଠାରେ ପୋଲିସ୍‌ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ତପନ ନାୟକ ଓରଫ ତପୁ ଆହତ ହୋଇଛି। ତା’ ବାମ ପଟ ଜଂଘରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତି ଏହି ଏନକାଉଣ୍ଟର ହୋଇଛି।

ଗତକାଲି ମାଲଗୋଦାମ ଥାନା ଅଞ୍ଚଳରେ ତପନ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ମାଲଗୋଦାମ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତାକୁ ଧରିବାକୁ ଚେଷ୍ଟା କରିଥିଲେ। ତପନ ପୋଲିସ୍‌ ଉପରକୁ ଗୁଳି ଚଳାଇଥିଲା। ପୋଲିସ୍‌ ପାଲଟା ଗୁଳି ଚାଳନା କରିଥିଲା। ତପନ ବାମ ଜଂଘରେ ଗୁଳି ବାଜିଥିଲା।

Previous ArticleNext Article

Send this to a friend