ଧାନ ଜଗିଥିବା ବେଳେ ଯୁବକଙ୍କୁ ଦଳିଦେଲା ହାତୀ

elephant

ଅନୁଗୋଳ: ରାତିରେ ବିଲରେ ଧାନ ଜଗିଥିବା ବେଳେ ଯୁବକଙ୍କୁ ଦଳିଦେଲା ହାତୀ।  ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ମାଧପୁର ରେଞ୍ଜ୍ ଅନ୍ତର୍ଗତ ବରପଦର ଗାଁରେ।  ମୃତ ଯୁବକଙ୍କ ନାଁ ସୁଶୀଳ ବେହେରା।  ଅଭିଯୋଗ ଅନୁସାରେ, ସୁଶୀଳ ଓ ତାଙ୍କ ଭାଇ ଧାନ ଜଗିବା ପାଇଁ ବିଲ ମଝିରେ କୁଡ଼ିଆ ମାରି ରହିଥିଲେ।  ତେବେ ବିଳମ୍ବିତ ରାତିରେ ଧାନ ଖାଇବାକୁ ଆସିଥିବା ଏକ ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା।

ସୁଶୀଳଙ୍କ ଭାଇ କୌଣସି ମତେ ଖସିଯାଇଥିଲେ ମଧ୍ୟ ହାତୀଟି ସୁଶୀଳକୁ ଦଳି ମାରିଦେଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।  ମୃତକଙ୍କ ପରିବାରୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।

Previous ArticleNext Article

Send this to a friend