ଶୌଚ ଯାଉଥିବା ବେଳେ ଟେକିନେଲେ...

ନୟାଗଡ଼ (ସତ୍ୟନାରାୟଣ ସୁର ଜଗଦେବ) ଲୋକଲଜ୍ୟା ସହି ନପାରି ନୟାଗଡ଼ ଜିଲ୍ଲାରେ ଜଣେ ଦୁଷ୍କର୍ମ ପୀଡ଼ିତା ଆଜି ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ଆଉ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ରଣପୁର ଅଞ୍ଚଳରେ ଘଟିଛି। ନାବାଳିକା ଜଣଙ୍କ ଶୌଚ ପାଇଁ ଯାଉଥିବା ବେଳେ ଅଭିଯୁକ୍ତ ତାଙ୍କୁ ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣଙ୍କ ତାରିଆ ଗାଁର କାଠିଆ ନାୟକ। ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଗତକାଲି […]

nayagarh

nayagarh

Rakesh Mallick
  • Published: Tuesday, 01 May 2018
  • Updated: 01 May 2018, 02:36 PM IST

Sports

Latest News

ନୟାଗଡ଼ (ସତ୍ୟନାରାୟଣ ସୁର ଜଗଦେବ) ଲୋକଲଜ୍ୟା ସହି ନପାରି ନୟାଗଡ଼ ଜିଲ୍ଲାରେ ଜଣେ ଦୁଷ୍କର୍ମ ପୀଡ଼ିତା ଆଜି ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ଆଉ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ରଣପୁର ଅଞ୍ଚଳରେ ଘଟିଛି। ନାବାଳିକା ଜଣଙ୍କ ଶୌଚ ପାଇଁ ଯାଉଥିବା ବେଳେ ଅଭିଯୁକ୍ତ ତାଙ୍କୁ ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣଙ୍କ ତାରିଆ ଗାଁର କାଠିଆ ନାୟକ।

ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଗତକାଲି ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ କରାଯାଇଥିଲା। ଆଜି ନୟାଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପୀଡ଼ିତାଙ୍କ ଡାକ୍ତରମାଇନା କରାଯାଇଛି। ଅଭିଯୁକ୍ତ କାଠିଆ ଫେରାର ଅଛି। ସେ ଜଣେ ଜେଲ୍‌ ଫେରନ୍ତା ଅଭିଯୁକ୍ତ ବୋଲି ପୋଲିସ କହିଛି।

ନାବାଳିକା ଜଣକ ନିଜ ମାମୁଁ ଘରେ ରହି ୭ ଶ୍ରେଣୀରେ ପାଠ ପଡୁଥିଲେ। ତାଙ୍କୁ ତୁରନ୍ତ ଗିରଫ କରି ଫାଶୀଦଣ୍ଡ ଦେବାକୁ ବିଭନ୍ନ ମହଲରୁ ଦାବି ହେଉଛି।

ସୂଚନାଯୋଗ୍ୟ, ନୂଆଗାଁ ଥାନା ଅଞ୍ଚଳର ଜଣେ ପୀଡ଼ିତା ବିଷ ପିଇ ଆତ୍ମହତ୍ୟା କରିଛନ୍ତି ଲୋକ ଲଜ୍ୟା ସହି ନ ପାରି ସଂପୃକ୍ତ ପୀଡ଼ିତା ବିଷ ପିଇଥିବା ତାଙ୍କ ଭାଇ ଅଭିଯୋଗ କରିଥିବା ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ୬ମାସ ତଳେ ପୀଡିତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଗତ ମାର୍ଚ୍ଚରେ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ଦେବରାଜ ବାରିକ ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos