ସୂର୍ଯ୍ୟଙ୍କ ଭବିଷ୍ୟବାଣୀ: ୧୫ ଦିନ ଭିତରେ ସୁଧୁରିଯିବ ପିଆଜ ସମସ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପିଆଜ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏବେ ଲୋକାଲ ମାର୍କେଟରେ ପିଆଜ ୪୦ରୁ ୪୫ ଟଙ୍କାରେ ପିଆଜ ବିକ୍ରି ହେଉଛି। ଆଗକୁ ଦର ବଢ଼ିବାର ସମ୍ଭାବନା ଦେଖାଦେଉଛି। ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏପରି ସ୍ଥିତି ରାଜ୍ୟ ସରକାର କହୁଛନ୍ତି ବର୍ଷା ଯୋଗୁଁ ପିଆଜ ଅମଳ ବିଳମ୍ୱ ହେଉଛି। ଆଉ ୧୫ ଦିନ ପରେ ନୂଆ ପିଆଜ ବଜାରକୁ ଆସିଲେ, ଦର କମିବ।

ପିଆଜ ଦର ବୃଦ୍ଧିକୁ ନେଇ ଖଉଟି କଲ୍ୟଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“ଓଡ଼ିଶାରେ ଆବଶ୍ୟକ ମୁତାବକ ପିଆଜ ଅମଳ ହେଉନି। ସେଥିପାଇଁ ଆମେ ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ଉପରେ ନିର୍ଭର କରୁଛୁ। ସାଧାରଣତଃ ଓଡ଼ିଶାକୁ ମହାରାଷ୍ଟ୍ରର ନାସିକ ଓ ଆନ୍ଧ୍ରପ୍ରଦେଶରରୁ ପିଆଜ ଆସିଥାଏ। ମାତ୍ର ବର୍ଷା ଯୋଗୁଁ ପିଆଜ ଅମଳରେ ବିଳମ୍ୱ ହେଉଛି। ବର୍ତ୍ତମାନ ସେଠାରେ ପିଆଜ କିଲୋ ୩୦ ଟଙ୍କାରେ ବିକ୍ରି ହେଉଛି। ଓଡ଼ିଶାକୁ ଆସିବା ପାଇଁ ୪ ଟଙ୍କା ଖର୍ଚ୍ଚ ହେଉଛି। ବଜାରକୁ ଯିବା ପାଇଁ ପରିବହନ ଖର୍ଚ୍ଚ ଆଉ ୪ ଟଙ୍କା ଖର୍ଚ୍ଚ ହେଉଛି। ବର୍ତ୍ତମାନ ଓଡ଼ିଶା ବଜାରରେ ୩୮ ଟଙ୍କାରେ ପିଆଜ ବିକ୍ରି ହେବା କଥା। ୧୫ ଭିତରେ ନୂଆ ପିଆଜ ଅମଳ ହେଲେ ଦର କମିଯିବ।”

ସେ କହିଛନ୍ତି-“ପିଆଜ ଅଧିକ ମହଜୁଦ ନରଖିବା ପାଇଁ ହୋଲସେଲରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ରଖିଥାନ୍ତି, ତାହାହେଲେ ସେମାନଙ୍କ ବିରୋଧରେ ଯୋଗାଣ ଓ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ନିୟମ ଅନୁସାରେ ଭୁବନେଶ୍ୱରରେ ହୋଲସେଲର ୫୦୦ କ୍ୱିଣ୍ଟାଲରୁ ଅଧିକ ପିଆଜ ରଖିପାରିବେ ନାହିଁ। ଏହାଛଡ଼ା କଟକ, ସମ୍ୱଲପୁର, ବ୍ରହ୍ମପୁର, ରାଉରକେଲା ପ୍ରମୁଖ ସହରରେ ହୋଲସେଲରମାନେ ୩୦୦ କ୍ୱିଣ୍ଟାଲରୁ ଅଧିକ ପିଆଜ ନରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।”

Ordigital Desk
• Published: Saturday, 11 November 2017
• Updated: 11 November 2017, 05:24 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos