୬୦୦ ବସ୍ତା ପିଡିଏସ ଚାଉଳ ଜବତ

b

ଭଦ୍ରକ:  ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବୈତରଣୀ ବ୍ରିଜ ନିକଟରୁ ପିଡିଏସ ଚାଉଳ ଚୋରା ଚାଲାଣ  କରାଯାଉଥିବା ୨ଟି ଟ୍ରକକୁ ଜବତ  କରିଛି ପୋଲିସ। ଏହି ଘଟଣାରେ ଜଣେ ଡ୍ରାଇଭର ଅଟକ ଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲାକୁ ଚୋରା ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ପ୍ରଥମେ ଟ୍ରକ୍‌ ଦୁଇଟିକୁ ଅଟକ ରଖିଥିଲେ।  ଦୁଇଟି ଟ୍ରକରେ ପାଖାପାଖି ୬୦୦ ବସ୍ତା ଚାଉଳ ଥିଲା।  ଉଭୟ ଡ୍ରାଇଭର ଟ୍ରକର କାଗଜପତ୍ର ଦେଖାଇ ପାରି ନ ଥିଲେ। ବିଳମ୍ବିତ ରାତିରେ ବିନା କାଗଜପତ୍ରରେ କିଏ ଚାଉଳ ନେଉଥିଲା ଓ କେଉଁଠିକୁ ଯାଉଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

Previous ArticleNext Article

Send this to a friend