ସକାଳେ ଥୁକିଥିଲେ, ସନ୍ଧ୍ୟାରେ ପୁଣି ଢ଼ୋକିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରକୁ ଚପଲ ଫିଙ୍ଗିଥିବା କାର୍ତ୍ତିକ ମେହେର କେଉଁ ରାଜନୈତିକ ଦଳର? ଏହାକୁ ନେଇ ଭଉଁରି ଭିତରେ ଫସି ଯାଇଛି ବରଗଡ଼ ପୋଲିସ୍‌। କାର୍ତ୍ତିକ ବିଜେପିର ବୋଲି ଗତକାଲି ବରଗଡ଼ ସଦର ଏସ୍‌ଡିପିଓ କହିଥିଲା ବେଳେ ଆଜି ଏହାକୁ ଖଣ୍ଡନ କରିଥିଲେ ପଦ୍ମପୁର ଥାନା ଆଇଆଇସି। ତେବେ ଅପରାହ୍ନରେ ସବୁକିଛି ଓଲଟପାଲଟ ହୋଇଗଲା। ପଦ୍ମପୁର ଆଇଆଇସି ନିଜ କଥା ବଦଳାଇ ଦେଲେ। ପଦ୍ମପୁର ଏସ୍‌ଡିପିଓ ମଧ୍ୟ ଆଇଆଇସିଙ୍କ କଥାକୁ ଗ୍ରହଣ […]

IIC

IIC

Rakesh Mallick
  • Published: Wednesday, 21 February 2018
  • Updated: 21 February 2018, 08:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରକୁ ଚପଲ ଫିଙ୍ଗିଥିବା କାର୍ତ୍ତିକ ମେହେର କେଉଁ ରାଜନୈତିକ ଦଳର? ଏହାକୁ ନେଇ ଭଉଁରି ଭିତରେ ଫସି ଯାଇଛି ବରଗଡ଼ ପୋଲିସ୍‌। କାର୍ତ୍ତିକ ବିଜେପିର ବୋଲି ଗତକାଲି ବରଗଡ଼ ସଦର ଏସ୍‌ଡିପିଓ କହିଥିଲା ବେଳେ ଆଜି ଏହାକୁ ଖଣ୍ଡନ କରିଥିଲେ ପଦ୍ମପୁର ଥାନା ଆଇଆଇସି। ତେବେ ଅପରାହ୍ନରେ ସବୁକିଛି ଓଲଟପାଲଟ ହୋଇଗଲା। ପଦ୍ମପୁର ଆଇଆଇସି ନିଜ କଥା ବଦଳାଇ ଦେଲେ। ପଦ୍ମପୁର ଏସ୍‌ଡିପିଓ ମଧ୍ୟ ଆଇଆଇସିଙ୍କ କଥାକୁ ଗ୍ରହଣ କରିନଥିଲେ। ବାହାର ଲୋକଙ୍କଠାରୁ ଶୁଣି ଆଇଆଇସି ଏମିତି କହିଥିବା ଏସ୍‌ଡିପିଓ କହିଥିଲେ। ଆସନ୍ତୁ ପଢ଼ିବା ପୂରା ଘଟଣା।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବା ବେଳେ କାର୍ତ୍ତିକ ମେହେର ଗୋଟିଏ ଚପଲ ଫିଙ୍ଗି ଥିଲେ। ଏହି ଚପଲଟି ମୁଖ୍ୟମନ୍ତ୍ରୀ ସୁରକ୍ଷା କର୍ମୀଙ୍କ ଦେହରେ ବାଜିଥିଲା। ପରେ କାର୍ତ୍ତିକ ଆଉ ଗୋଟିଏ ଚପଲ ଫିଙ୍ଗି ଥିଲେ। ସେହି ଚପଲଟି ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପର ଦେଇଯାଇଥିଲା। ଏହା ପରେ ପୋଲିସ କାର୍ତ୍ତିକକୁ ଗିରଫ କରିଥିଲା।

ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସଦର ଏସ୍‌ଡିପି ସୁରେନ୍ଦ୍ର କୁମାର ନାୟକ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ-“ବିଜେପୁର ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅଶୋକ ପାଣିଗ୍ରାହୀ ଓ ଅନ୍ୟ ଦୁଇ ଜଣଙ୍କ ପ୍ରରୋଚନାରେ କାର୍ତ୍ତିକ ଚପଲ ଫିଙ୍ଗି ଥିଲେ। ଏହାକୁ କାର୍ତ୍ତିକ ସ୍ୱୀକାର ମଧ୍ୟ କରିଛନ୍ତି। ଏହାଛଡ଼ା କାର୍ତ୍ତିକଙ୍କ ପକେଟରୁ ଏକ ବିଜେପି ପତାକା ମିଳିଛି। କାର୍ତ୍ତିକଙ୍କୁ ଯେଉଁମାନେ ପ୍ରରୋଚିତ କରିଥିଲେ, ସେମାନଙ୍କ ବିରୋଧରେ ବରପାଲି ଥାନାରେ ୫୩, ୪୪୮, ୩୪୧, ୩୩୬, ୩୮୮, ୧୨୦(ବି) ପ୍ରମୁଖ ଦଫାରେ ମାମଲା ରୁଜୁ କରାଯାଇଛି।”

ଆଜି ସକାଳେ ସବୁ କିଛି ଓଲଟପାଲଟ ହୋଇଗଲା। ପଦ୍ମପୁର ଥାନା ଆଇଆଇସି ଯଶୋବନ୍ତ ପ୍ରଧାନୀ, ସଦର ଏସ୍‌ଡିପିଓଙ୍କ କଥାକୁ ସ୍ୱୀକାର କରିପାରିଲେ ନାହିଁ। ସେ କହିଥିଲେ-“ଅଭିଯୁକ୍ତ କାର୍ତ୍ତିକ ମେହେର ଘର ପଦ୍ମପୁର ଥାନା ବୁଦ୍ଧାପାଲିରେ। ସେ ଟିକେ ଆଡ଼ବାୟା ଓ ମେଣ୍ଟାଲ ପ୍ରକୃତିର ପିଲା। ୨୦୧୪ରେ ଅଣ୍ଡା ମାଡ଼ ନେଇ ତାଙ୍କ ନାଁରେ ଅଭିଯୋଗ ଥିଲା। ସାଧାରଣ ଚାଷୀ ପରିବାର ପିଲା କାର୍ତ୍ତିକ। ତା’ର କିଛି ପଲିଟିକାଲ୍ ଲିଙ୍କ୍ ନାହିଁ।”

ଦିନ ତମାମ ଅଲୋଚନା ଓ ପର୍ଯ୍ୟାଲୋଚନା ପରେ ପଦ୍ମପୁର ଆଇଆଇସି ମନ୍ତବ୍ୟକୁ ବୁଲେଇଲେ ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା। ସେ କହିଲେ-“ବାହାର ଲୋକଙ୍କଠାରୁ ଶୁଣି ଆଇଆଇସି ସେମିତି କହିଥିବା କହିଛନ୍ତି। କାର୍ତ୍ତିକ ସଂପର୍କରେ ସେ ଯାହା କହିଛନ୍ତି ସେମିତି ରେକର୍ଡ ନାହିଁ। ପୂର୍ବ ଘଟଣା ନେଇ ଯାହା କୁହାଯାଉଛି ଆମ ପାଖରେ ରେକର୍ଡ ନାହିଁ।”

ଚାପରେ ପଡ଼ି ଏମିତି କହୁଛନ୍ତି କି ପ୍ରଶ୍ନର ଉତ୍ତରରେ ଲକ୍ଷ୍ମୀନାରାୟଣ କହିଥିଲେ-“ଆମେ ସରକାରୀ କର୍ମଚାରୀ, ନିର୍ଦ୍ଦଳୀୟ। କାହା ଚାପ ନାହିଁ।”

ସକାଳେ ଦେଇଥିବା ବୟାନକୁ ଅପରାହ୍ନରେ ପଦଳାଇଲେ ପଦ୍ମପୁର ଆଇଆଇସି ଯଶୋବନ୍ତ ପ୍ରଧାନୀ। ସେ କହିଛନ୍ତି-“ସତ୍ୟାସତ୍ୟ ନବୁଝି ଶୁଣା କଥାରେ କାର୍ତ୍ତିକ ମେଣ୍ଟାଲ ବୋଲି କହିଦେଇଥିଲି। ଆମ ପାଖରେ କାର୍ତ୍ତିକ ସମ୍ପର୍କରେ କିଛି ତଥ୍ୟ ନାହିଁ। ବିଜେପି କର୍ମୀଙ୍କ ଠାରୁ ଓ ଛକରୁ ଶୁଣି କହି ଦେଇଥିଲି।”

ଏପରି ସ୍ଥିତିରେ ବରଗଡ଼ ପୋଲିସ ଉପରେ ସାଧାରଣରେ ପ୍ରଶ୍ନ ଉଠିଛି। ପ୍ରଶ୍ନ-୧ କେଉଁ ଆଧାରଣରେ କାର୍ତ୍ତିକ ବିଜେପି କର୍ମୀ ବୋଲି କହିଥିଲେ ଏସ୍‌ଡିପିଓ। ସେହିପରି କାହା ଚାପରେ ଚେପା ହୋଇ ସକାଳେ ଦେଇଥିବା ନିଜ ମନ୍ତବ୍ୟ ବଦଳାଇ ଦେଲେ ଆଇଆଇସି। ତାଙ୍କ ଉପରେ କିଏ ଚାପ ପକାଇଛି କି? ନିଜ ପ୍ରତିକ୍ରିୟା ରଖିବା ବେଳେ ମଧ୍ୟ ଆଇଆଇସି ଖୁବ୍‌ ଅପ୍ରସ୍ତୁତ ଜଣା ପଡ଼ୁଥିଲେ। ପ୍ରକୃତ କଥାଟି କ’ଣ ତାହା ପଦାକୁ ଆସିବ ବୋଲି  ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos