ଯେବେ ପଖାଳ ଟେବୁଲରେ ହୁଏ ରାଜନୀତି ଚର୍ଚ୍ଚା, ଦେଖନ୍ତୁ ଏ ଫଟୋ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପଖାଳ ଖାଇଲେ ପେଟ ପାଟି ଖାଲି ପୁରେନି, ଭଲ ନିଦ ବି ହୁଏ। ଏମିତି ଆପଣଙ୍କ ଘରେ ଆପଣଙ୍କୁ ବି କେହି କହିଥିବେ। ଓଡିଆଙ୍କ ଘରେ ଘରେ ଏ କଥାଟି ଭାରି ପ୍ରଚଳିତ । ଅବଶ୍ୟ କଥାଟା ଆମେ ବି ଅଙ୍ଗେ ନିଭେଇଛୁ। ଉଦୁଉଦିଆ ଖରାରେ କଂସାଏ ପଖାଳ ଖାଇ ପେଟେ ତୋରାଣୀ ପିଇଦେଲା ପରେ ଯୋଉ ତୃପ୍ତି ମିଳେ ସେ କଥା ଅନୁଭବୀ ହିଁ କହିବ। କଥାଟାକୁ ଟିକେ ରାଜନୀତି ମୁହାଁ କଲେ […]

rj

rj

Rakesh Mallick
  • Published: Tuesday, 20 March 2018
  • Updated: 20 March 2018, 06:42 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପଖାଳ ଖାଇଲେ ପେଟ ପାଟି ଖାଲି ପୁରେନି, ଭଲ ନିଦ ବି ହୁଏ। ଏମିତି ଆପଣଙ୍କ ଘରେ ଆପଣଙ୍କୁ ବି କେହି କହିଥିବେ। ଓଡିଆଙ୍କ ଘରେ ଘରେ ଏ କଥାଟି ଭାରି ପ୍ରଚଳିତ । ଅବଶ୍ୟ କଥାଟା ଆମେ ବି ଅଙ୍ଗେ ନିଭେଇଛୁ। ଉଦୁଉଦିଆ ଖରାରେ କଂସାଏ ପଖାଳ ଖାଇ ପେଟେ ତୋରାଣୀ ପିଇଦେଲା ପରେ ଯୋଉ ତୃପ୍ତି ମିଳେ ସେ କଥା ଅନୁଭବୀ ହିଁ କହିବ।

କଥାଟାକୁ ଟିକେ ରାଜନୀତି ମୁହାଁ କଲେ ଭଲ ହେବ ବୋଲି ଆମେ ଭାବୁଛୁ। ଖାଲି ଓଡିଆ ପଣକୁ ବାନ୍ଧି ରଖିବାକୁ ପଖାଳ ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ତା ନୁହେଁ, ଆମ ପଖାଳର ତୋରାଣୀ ଯଦି ରାଜନୀତି ମୁହାଁ ହେବ ତା ହେଲେ ଆପଣ ଦେଖିବେ କମାଲ।

ଆମେ ଏ କଥା ଆପଣଙ୍କ ପାଖରେ କହିବାର କାରଣ କ’ଣ ଜାଣନ୍ତି ? ବାସ୍ତବରେ ଆଜି ‍ମାର୍ଚ୍ଚ ୨୦ ତାରିଖ ପଖାଳ ଦିବସ ବୋଲି ମୁଖ୍ୟମନ୍ତ୍ରୀ ନବୀନଙ୍କ ଆତିଥେୟତା କଥା ମନେ ପଡୁଛି। ତାଙ୍କ ଡାଇନିଂ ଟେବୁଲରେ ଯେତେବେଳେ ଦହିପଖାଳ ବଢା ହେଲା ସେତେବେଳକୁ ପଖାଳର ମହକ ଦିଲ୍ଲୀ ମହେକଇବ ବୋଲି ଓଡିଶାବାସୀ ଜାଣି ଯାଇଥିଲେ।

ଟଲ୍‌ମ୍ୟାନ୍‌ ପୁସ୍ତକ ଉନ୍ମୋଚନକୁ ନିମନ୍ତ୍ରୀତ ହୋଇ ଆସିଥିବା ପୂର୍ବତନ କଂଗ୍ରେସ ନେତା ତଥା ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଅଣକଂଗ୍ରସ ମେଣ୍ଟ ସରାକାରରେ ପ୍ରଧାନମନ୍ତ୍ରୀ ଭାବ ଦେଶର ଡୋର ସମ୍ଭାଳିଥିବା ଏଚ୍‌.ଡି. ଦେବେଗୌଡା, ଭାଜପାର ପ୍ରମୁଖ ନେତା ଅଟଳ ବିହାରୀ ବାଜପେୟୀଙ୍କ ନିକଟତମ ବନ୍ଧୁ ଭାବେ ପରିଚିତ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଏଲ୍‌.କେ. ଆଡଭାନୀ ଏବଂ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀ ପଖାଳ ଖାଇ କୃତକୃତ୍ୟ ହୋଇଥିଲେ।

ଏମିତି ସୁଆଦିଆ ଅନ୍ନବ୍ୟଞ୍ଜନ ଖାଇବା ପରେ ଯଦି ନବୀନ ତାଙ୍କୁ କିଛି ମାଗିଥାନ୍ତେ, ତା ହେଲେ ଚିନ୍ତା କଲେ ରାଜନୀତିର ଏହି ଭୀଷ୍ମ ପିତାମହମାନେ କ’ଣ ତାଙ୍କୁ ମନା କରିଥାନ୍ତେ ? ଆମେ ଭାବୁଛୁ ନିଶ୍ଚିତ ଭାବେ ତାଙ୍କୁ ତଥାସ୍ତୁ କହି ଦେଇଥାନ୍ତେ। ଅବଶ୍ୟ ନବୀନ ନିବାସର ପଖାଳ ଟେବୁଲରେ କ’ଣ କଥା ହୋଇଥିଲା ଆମେ ଜାଣିନୁ। କିନ୍ତୁ ପଖାଳ ବାସ୍ନା ମନେ ପଡିବାକୁ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ନବୀନଙ୍କ ଅଭିମୁଖ୍ୟ ଠିକ୍‌ ପଖାଳ ଭଳି ଗୋଳିଆ ଆଉ ସୁଆଦିଆ ସେ କଥା ଅନୁମାନ କରିବାକୁ ପଡିବ।

ଚିମୁଟାଏ ଲୁଣ, ଖଣ୍ଡ ଖଣ୍ଡ ଅଦା, ପାଣି, ଦହି, ଆଉ କଞ୍ଚାଲଙ୍କା ଏକାଠି ଗୋଟିଏ ପାତ୍ରରେ ରହିଲେ ତାହା ପଖାଳ ପଦବାଚ୍ୟ ହୁଏ। ଏଣୁ ଥରେ ଚିନ୍ତା କରନ୍ତୁ, ନବୀନ ବାବୁ ପଖାଳ ଖୁଆଇ ଏହି କଥା ହିଁ ଜଣାଇ ଦେଇଛନ୍ତି।

ବିଜେଡି ସବୁବେଳେ ଅଣ-କଂଗ୍ରେସ ଆଉ ଅଣ-ଭାଜପା ଗୋଷ୍ଠୀର। ଏଣୁ ୨୦୧୯ରେ କୋଉ ଦଳକୁ ନବୀନ ଢଳିବେ ସେ କଥା କହିବା କାଠିକାର ପାଠ। ଏମିତିକି ମେଣ୍ଟ ସରକାର ଗଢା ହେଲେ ନବୀନ ସେଥିରେ ରହିବେ କି ନାହିଁ ସେ ନେଇ ମଧ୍ୟ ସନ୍ଦେହ। ଠିକ୍‌ ପଖାଳ ଭଳି ଗୋଳିଆ ଆମ ରାଜ୍ୟ ରାଜନୀତି । ଆଉ ରାଜନୀତିର ସୁବାସିତ ପଖାଳରେ ନବୀନ କେଉଁ ଉପାଦାନ ତାହା କହିବା ଆମ ପକ୍ଷରେ ସମ୍ଭବ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story