ପାଣ୍ଡିଆନ୍, ପ୍ରତାପ ଓ କେନ୍ଦ୍ରାପଡ଼ା ଜ୍ୱାଇଁ

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): ଜଣେ ବ୍ୟକ୍ତି ଡାକ୍ତରଙ୍କ ପାଖକୁ ଯାଇ କହିଲେ- ସାର୍ ମୁଁ ବଡ଼ ଅଡୁଆରେ ପଡ଼ିଛି। ମୋ ଦେହ ସାରା ବଥା ଲାଗୁଛି। ଡାକ୍ତର ଆଶ୍ଚର୍ଯ୍ୟ। ଏମିତି ତ କିଛି ରୋଗ ନାହିଁ। ତେଣୁ ସେ ପଚାରିଲେ, ଆପଣ କେମିତି ଜାଣିଲେ ଯେ ଆପଣଙ୍କ ଦେହସାରା ବଥା ବୋଲି? ବ୍ୟକ୍ତି ଜଣକ କହିଲେ, ମୁଁ ଦେହରେ ଟିପ ମାରିକି ଜାଣୁଛି। ଯୋଉଠି ଟିପ ମାରୁଛି, ସେଠି ବଥା ଲାଗୁଛି। ତ ଡାକ୍ତରବାବୁ ସେ ଲୋକର […]

Kdp

Kdp

Ordigital Desk
  • Published: Saturday, 10 February 2018
  • Updated: 10 February 2018, 10:00 PM IST

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): ଜଣେ ବ୍ୟକ୍ତି ଡାକ୍ତରଙ୍କ ପାଖକୁ ଯାଇ କହିଲେ- ସାର୍ ମୁଁ ବଡ଼ ଅଡୁଆରେ ପଡ଼ିଛି। ମୋ ଦେହ ସାରା ବଥା ଲାଗୁଛି। ଡାକ୍ତର ଆଶ୍ଚର୍ଯ୍ୟ। ଏମିତି ତ କିଛି ରୋଗ ନାହିଁ। ତେଣୁ ସେ ପଚାରିଲେ, ଆପଣ କେମିତି ଜାଣିଲେ ଯେ ଆପଣଙ୍କ ଦେହସାରା ବଥା ବୋଲି? ବ୍ୟକ୍ତି ଜଣକ କହିଲେ, ମୁଁ ଦେହରେ ଟିପ ମାରିକି ଜାଣୁଛି। ଯୋଉଠି ଟିପ ମାରୁଛି, ସେଠି ବଥା ଲାଗୁଛି। ତ ଡାକ୍ତରବାବୁ ସେ ଲୋକର ଟିପଟି ସଙ୍ଗେ ସଙ୍ଗେ ପରଖିଲେ ଓ କହିଲେ, ଆପଣଙ୍କ ଦେହ ଠିକ୍ ଅଛି। ଟିପଟି କଟି ଯାଇଛି, ତେଣୁ ତାହା ଯେଉଁଠି ବାଜିଲେ ଆପଣଙ୍କୁ ବଥା ଲାଗୁଛି। ଆଉ ଆପଣ ଭାବୁଛନ୍ତି, ଦେହ ବଥା ଲାଗୁଛି।

ଗପଟି କାହିଁକି କହିଲି, ପରେ କହିବି। ତେବେ ଗୋଟିଏ କଥା ଆଜି ଶାସକ ବିଜୁ ଜନତା ଦଳ ପ୍ରମାଣିତ କରିଦେଲା ଯେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ହେଉଛନ୍ତି ଓଡ଼ିଶାର ସୁପର୍ ଚିଫ୍ ମିନିଷ୍ଟର। ଓଡ଼ିଶାର ରାଜନୈତିକ ଇତିହାସରେ, ପ୍ରଥମଥର ପାଇଁ ଜଣେ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଶାସକ ଦଳ ସାମ୍ବାଦିକ ସମ୍ମିଳନୀ କରି, ତାଙ୍କ ପାଇଁ ଢାଲ ସାଜିବାକୁ ଚେଷ୍ଟା କରିଛି। କିଛି ବିଜେପି କର୍ମୀ ଆଜି ପାଣ୍ଡିଆନ ବାବୁଙ୍କ ସରକାରୀ ବାସଭବନରେ ଭଙ୍ଗାରୁଜା କରିବା ସହିତ ଗୋବର ଫିଙ୍ଗିଛନ୍ତି। ଏହା ନିଶ୍ଚିତ ଭାବରେ ନିନ୍ଦନୀୟ ଘଟଣା। ସାଧାରଣ ଭାବରେ ଦେଖିଲେ, ଏହା ଏକ ପୋଲିସ୍ କେଶ୍। ପୋଲିସ୍ ଆସି ଏକ ମାମଲା ରୁଜୁ କରି ତଦନ୍ତ କରିବା କଥା। କିନ୍ତୁ ହଠାତ୍ ଘଟଣାର କିଛିଘଣ୍ଟା ପରେ ଶାସକ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି, ଘଟଣାକୁ ନିନ୍ଦା କରିବା ସହିତ ଏଥିପାଇଁ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଏବଂ ଓଟିଭି ଦାୟୀ ବୋଲି କହିଲା। ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ ଏହି ସାମ୍ବାଦିକ ସମ୍ମିଳନୀ କରିଥିଲେ। ପ୍ରତାପ ବାବୁଙ୍କ ପାଇଁ ଗୋଟେ ଛୋଟ ପ୍ରଶ୍ନ। ସାର୍ କହିବେ କି, ଜଣେ ସରକାରୀ ବାବୁଙ୍କ ପାଇଁ ହଠାତ୍ ବିଜେଡିର ଏତେ ପ୍ରେମ କାହିଁକି? ରାଜ୍ୟରେ କୁନ୍ଦୁଲି ଘଟଣା ପରି ଅନେକ ଦୁଃଖଦାୟକ ଘଟଣା ଘଟିଥିଲେ ବି, ସେତେବେଳେ ଆପଣ ଓ ଆପଣଙ୍କ ଦଳ କେଉଁଠି ଥିଲା? କାହିଁ କେବେ ତ ଆପଣ ପ୍ରେସ୍ ମିଟ୍ କରିନାହାଁନ୍ତି।

ପାଣ୍ଡିଆନ ବାବୁ ଏତେ ଶକ୍ତିଶାଳୀ ଯେ, ତାଙ୍କ ପାଇଁ ଆଇଏଏସ୍ ଏବଂ ଓଏଏସ୍ ସଂଘ ବାହାରିବା ପୂର୍ବରୁ, ବିଜେଡି ବାହାରି ପଡ଼ିଲା। ପାଣ୍ଡିଆନ୍‌ଙ୍କୁ ଖୁସି କରିବାକୁ ପ୍ରତାପ ବାବୁ ଓ ତାଙ୍କ ଦଳ ଏତେ ବ୍ୟଗ୍ର କାହିଁକି? ସେହିପରି ଅଣଗେଜେଟେଡ୍ କର୍ମଚାରୀ ସଂଘ ବି ପାଣ୍ଡିଆନ୍‌ ବାବୁଙ୍କ ପାଇଁ ହଠାତ୍ ବାହାରିଛି। ପାଣ୍ଡିଆନ୍‌ଙ୍କୁ ତେଲ ମାରିବାକୁ ସମସ୍ତେ ଏତେ ବ୍ୟଗ୍ର କାହିଁକି? ସେ କ’ଣ ସୁପର୍ ଚିଫ୍ ମିନିଷ୍ଟର? ତୃତୀୟ ମହଲାର ଏ ନିରବ ଶାସକଙ୍କ ବିରୋଧରେ ଧୀରେ ଧୀରେ ରାଜ୍ୟବ୍ୟାପୀ ଜନଆନ୍ଦୋଳନ ଆରମ୍ଭ ହେବାକୁ ଯାଉଛି, ବର୍ତ୍ତମାନର ପରିସ୍ଥିତିରୁ ଏହା ହିଁ ସ୍ପଷ୍ଟ ହେଲାଣି।

ସାମ୍ବାଦିକ ସମ୍ମିଳନୀରେ ପ୍ରତାପ ଦେବ କହିଲେ, ପାଣ୍ଡିଆନ୍‌ଙ୍କ ଘରେ ଗଣ୍ଡଗୋଳ କରିବାକୁ ଯାଇଥିବା ବିଜେପି କର୍ମୀ କାଳେ କହୁଥିଲେ, ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କ ବିରୋଧରେ ସ୍ୱର ଉତ୍ତୋଳନ କଲେ ଏମିତି ଭୋଗିବ। ଏ କଥା କିଏ ଶୁଣିଥିଲା? ପ୍ରତାପ ବାବୁ ଆପଣ ଶୁଣଥିଲେ କି? ନା ମନରୁ ଗୋଟେ ଗପ ଫାନ୍ଦିକି କହିଦେଲେ? ପୋଲିସ୍ କମିଶନର କହୁଛନ୍ତି, ତାଙ୍କ ପାଖରେ ଏ ଖବର ଆଗରୁ ଥିଲା। ଏହାର ଅର୍ଥ, ସରକାର ନିଜ ଅଫିସରଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ। ଗୁଇନ୍ଦା ଫେଲ୍ ମାରିଲା। କିନ୍ତୁ ପ୍ରତାପ ବାବୁ ଦୋଷ ଦେଲେ ଓଟିଭିକୁ। ଆରେ ବାବୁ, ମିଡିଆ ପାଖରେ ସବୁ ଖବର ଆଗରୁ ହିଁ ଥାଏ। ସେଥିପାଇଁ ତ ଆପଣଙ୍କ ଗୁଇନ୍ଦା ବାଲାଏ ଆମକୁ ଫୋନ୍ କରି ପଚାରନ୍ତି ନିତିଦିନର ଖବର ବିଷୟରେ। ପ୍ରତାପ ବାବୁ ଜଣେ ତଥ୍ୟପୂର୍ଣ୍ଣ ଓ ଷ୍ଟ୍ରେଟ୍ ଫରୱାର୍ଡ ନେତା ବୋଲି ଆମେ ଜାଣିଥିଲୁ। କିନ୍ତୁ ସେ ଯେ ମିଛ ବି କହନ୍ତି, ତାହା ଅଜଣା ଥିଲା।

ପ୍ରତାପ ବାବୁ ଆଉଗୋଟେ କଥା କହିଲେ, ପାଣ୍ଡିଆନ୍‌ଙ୍କୁ ଅଣଓଡ଼ିଆ କହିଲେ ତାଙ୍କୁ ଭାରି ବାଧୁଛି। କିନ୍ତୁ ସେ ଅଣ ଓଡ଼ିଆ ନୁହଁନ୍ତି। କାରଣ ପାଣ୍ଡିଆନ୍‌ ବାବୁଙ୍କ ପତ୍ନୀ ସୁଜାତା ପାଣ୍ଡିଆନ୍‌ ହେଉଛନ୍ତି ପ୍ରତାପ ବାବୁଙ୍କ ଜିଲ୍ଲା କେନ୍ଦ୍ରାପଡ଼ାର ଝିଅ। ପ୍ରତାପ ବାବୁଙ୍କୁ ଓଡ଼ିଆ ବିବାହ ପରମ୍ପରା ବିଷୟରେ ଭଲକି ଜଣାନାହିଁ ବୋଧେ। ସୁଜାତାଙ୍କୁ ବାହାହୋଇ ପାଣ୍ଡିଆନ୍ କେମିତି ଓଡ଼ିଆ ହେଇଗଲେ ତାହା ବୁଝାପଡୁନି। ପାଣ୍ଡିଆନ୍‌ ବାବୁ କ’ଣ ଘରଜ୍ୱାଇଁଆ ଅଛନ୍ତି? ରହିଲେ ବି ସେ କେମିତି ଓଡ଼ିଆ ହେଇଗଲେ? ବରଂ ସୁଜାତା ତାମିଲ୍ ବୋହୂ। କିନ୍ତୁ ପାଣ୍ଡିଆନ୍ ଓଡ଼ିଆ ନୁହଁନ୍ତି। ତେବେ ଏଠି ସ୍ପଷ୍ଟ କରିଦେବାକୁ ଚାହୁଁ, ଓଡ଼ିଆଙ୍କ ମନରେ କେବେବି ଏ ଅଣଓଡ଼ିଆ ଘୃଣା ନଥିଲା କି ନାହିଁ। ବହୁ ଅଣଓଡ଼ିଆଙ୍କୁ ଏ ଜାତି କୋଳେଇ ନେଇଛି।

ପାଣ୍ଡିଆନ୍ ବାବୁ ହେଉଛନ୍ତି ତୃତୀୟ ମହଲାର ନିରବ ଶାସକ। କେବେ କୌଣସି କଥାରେ ସେ ମୁହଁ ଖୋଲନ୍ତି ନାହିଁ। କିନ୍ତୁ ତା ଅର୍ଥ ନୁହେଁ ଯେ, ସେ ଚୁପ୍ ରହନ୍ତି। ତାଙ୍କ ପାଟି ଖୋଲିବାର ଉପାୟ ଟିକିଏ ଅଲଗା। ବିଭିନ୍ନ ଲୋକଙ୍କ ମାଧ୍ୟମରେ ସେ ନିଜର ପ୍ରତିକ୍ରିୟା ପ୍ରଦର୍ଶନ କରନ୍ତି। କିନ୍ତୁ ସେ ଯେ, ତାଙ୍କ ଆଇଏଏସ୍ ବୁଦ୍ଧିରେ ରାଜ୍ୟରେ ଶାସନ ଗାଦିରେ ବସିଥିବା ଦଳ ଦ୍ୱାରା ନିଜ ପ୍ରତିକ୍ରିୟା ରଖିବେ ଏହା କେହି ଭାବିପାରି ନଥିଲେ। ସବୁବେଳେ ବିଜେଡି ଭିତରୁ ଓ ବାହାରୁ ଗୋଟିଏ ଅଭିଯୋଗ ଆସିଛି ଯେ, ପାଣ୍ଡିଆନ୍ ବାବୁ ସରକାରୀ ଚାକିରିଆ ହୋଇ ମଧ୍ୟ ବିଜେଡିକୁ ଚଳାଉଛନ୍ତି। ଆଜି ତାହା ପ୍ରମାଣିତ ହୋଇଗଲା। ଏବେ ଅପେକ୍ଷା ରହିଲା, ପାଣ୍ଡିଆନ୍ ବାବୁ ବିଧିବଦ୍ଧ ଭାବେ କେବେ ବିଜେଡିର ମେମ୍ବରସିପ୍ ନେଉଛନ୍ତି।

ଏବେ ଫେରିବା ପ୍ରଥମ କୁହାଯାଇଥିବା ଗପକୁ। ପ୍ରକୃତରେ ବିଜେଡିର ପାଇଁ ଏବେ ସମସ୍ୟା ପାଲଟିଛନ୍ତି, ଦଳମୁଖ୍ୟ ନବୀନ ବାବୁଙ୍କ ବ୍ୟକ୍ତିଗତ ସହାୟକ ଭି.କାର୍ତ୍ତିକେୟନ ପାଣ୍ଡିଆନ୍। ଏହା ଦଳ ମାନୁନି। କିନ୍ତୁ ସେ ସମସ୍ୟାର ସମାଧାନ ନକରି ଦଳ ଭାବୁଛି ଅନ୍ୟ ସମସ୍ତେ ଭୁଲ୍ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story