ପାର୍ସଲ ବୋମା ବିସ୍ଫୋରଣ ଲିଙ୍କରେ ଜଣକୁ ଅଟକାଇଲା ପୋଲିସ, ହୋଇପାରେ ପଲିଗ୍ରାଫ ଟେଷ୍ଟ

ପାଟଣାଗଡ଼ (ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଏବେ ରୋଚକ ମୋଡ଼ରେ ଛିଡ଼ା ହୋଇଛି। ଘଟଣାର ତଦନ୍ତ କରୁଥିବା ପୋଲିସ ମୁଖ୍ୟଅଭିଯୁକ୍ତକୁ ପାଉନଥିବା ବେଳେ ଆଜି ସନ୍ଦେହରେ ବୌଦ୍ଧ ଜିଲ୍ଲା ଅଞ୍ଚଳର ଜଣେ ଯୁବକଙ୍କୁ ଅଟକ ରଖିଛି। ତାଙ୍କର ପଲିଗ୍ରାଫ ଟେଷ୍ଟ କରିପାରେ। ପଲିଗ୍ରାଫ୍ ଟେଷ୍ଟ ପୂର୍ବରୁ ବଲାଙ୍ଗିର ମେଡିକାଲରେ ସଂପୃକ୍ତ ଯୁବତୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଗତ ୧୮ ତାରିଖରେ ସୌମ୍ୟଶେଖରଙ୍କ ସହ ରୀନାଙ୍କର ବିବାହ ହୋଇଥିଲା। ୨୩ ତାରିଖରେ ସ୍ୱାମୀ ଓ […]

parsal boma blast

parsal boma blast

Rakesh Mallick
  • Published: Tuesday, 06 March 2018
  • Updated: 06 March 2018, 04:50 PM IST

Sports

Latest News

ପାଟଣାଗଡ଼ (ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଏବେ ରୋଚକ ମୋଡ଼ରେ ଛିଡ଼ା ହୋଇଛି। ଘଟଣାର ତଦନ୍ତ କରୁଥିବା ପୋଲିସ ମୁଖ୍ୟଅଭିଯୁକ୍ତକୁ ପାଉନଥିବା ବେଳେ ଆଜି ସନ୍ଦେହରେ ବୌଦ୍ଧ ଜିଲ୍ଲା ଅଞ୍ଚଳର ଜଣେ ଯୁବକଙ୍କୁ ଅଟକ ରଖିଛି। ତାଙ୍କର ପଲିଗ୍ରାଫ ଟେଷ୍ଟ କରିପାରେ। ପଲିଗ୍ରାଫ୍ ଟେଷ୍ଟ ପୂର୍ବରୁ ବଲାଙ୍ଗିର ମେଡିକାଲରେ ସଂପୃକ୍ତ ଯୁବତୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।

ଗତ ୧୮ ତାରିଖରେ ସୌମ୍ୟଶେଖରଙ୍କ ସହ ରୀନାଙ୍କର ବିବାହ ହୋଇଥିଲା। ୨୩ ତାରିଖରେ ସ୍ୱାମୀ ଓ ସ୍ତ୍ରୀ ଗିଫ୍ଟ ପ୍ୟାକେଟ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲ। ଫଳରେ ଘଟଣାସ୍ଥଳରେ ସୌମ୍ୟଙ୍କ ଜେଜେମାଆଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ସୌମ୍ୟ ଓ ରୀନାଙ୍କୁ ଉଦ୍ଧାର କରାଯାଇ ପାଟଣାଗଡ଼ ପରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟଙ୍କର ମୃତ୍ୟୁ ଘଟିଥିଲା। ଏବେ ରୀନା କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।

ବିବାହ ପୂର୍ବରୁ ସୌମ୍ୟଙ୍କ ପାଖକୁ ଧମକପୂର୍ଣ୍ଣ ଫୋନ୍‌ କଲ ଆସିଥିଲା। ରୀମାଙ୍କୁ ବିବାହ ହେଲେ ଫଳାଫଳ ଭୟାନକ ହେବ ବୋଲି ଫୋନରେ କେହି ଅଜଣା ବ୍ୟକ୍ତି ସୌମ୍ୟଶେଖରକୁ ଧମକ ଦେଇଥିଲେ। ପୋଲିସର ଖୋଳତାଡ଼ ବେଳେ ତାଙ୍କ ସଂପର୍କୀୟ ଭଣଜା ପପୁ ଏହି ସୂଚନା ଦେଇଥିଲେ। ଗତକାଲି ରାତିରେ ପୋଲିସ ପପୁଙ୍କୁ ଘଟଣା ସଂପର୍କରେ ପଚରା ଉଚରା କରିଥିଲା।

ସେପଟେ ପାର୍ସଲ ବୋମା ବିସ୍ଫୋରଣ ପରେ କ୍ରାଇମବ୍ରାଞ୍ଚ ଆଡଭାଇଜରି ଜାରି କରିଛି। ଯାଞ୍ଚ ପାଇଁ ମେଟାଲ ଡିଟେକ୍ଟର, ସ୍କାନିଂ ମେସିନ ରଖିବାକୁ ପାର୍ସଲ ବଣ୍ଟନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା CCTV ସହ ପାର୍ସଲ ଦେଉଥିବା ବ୍ୟକ୍ତିର ତଥ୍ୟ ରଖିବାକୁ ମଧ୍ୟ ନିର୍ଦ୍ଦେଶରେ କୁହାଯାଇଛି।

ଅନ୍ୟପକ୍ଷରେ ପାଟଣାଗଡ଼ ପୋଲିସ୍‌ର ଏକ ଟିମ୍‌ ମୃତ ସୌମ୍ୟ ପଢ଼ୁଥିବା ଭୁବନେଶ୍ୱରରେ ଏକ ଘରୋଇ ଇଂଜିନିୟରିଂ କଲେଜରେ ପହଞ୍ଚି। ଏଠାରେ କାର୍ଯ୍ୟରତ କର୍ମଚାରୀ ପଚରାଉଚରା କରିଥିବା ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos