ଆଜି ସରୁଛି ପୁଞ୍ଜିଲାଲଙ୍କ ରିମାଣ୍ଡ ଅବଧି

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ଏଥିସହ ମାମାଲର ତଦନ୍ତ କ୍ରାଇମବ୍ରାଞ୍ଚ ଜାରି ରଖିଥିବାରୁ ଆବଶ୍ୟକ ପଡ଼ିଲେ ପୁଣି ଥରେ ରିମାଣ୍ଡରେ ନେଇ ପଚରାଉଚରା କରାଯାଇପାରେ।

ଅନ୍ୟପକ୍ଷରେ ପୁଞ୍ଜିଲାଲ ବିରୋଧରେ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛନ୍ତି। ଗୋଟିଏ ଟିମ୍ ରାୟପୁର ଯାଇ ଛାନଭିନ୍ ଜାରି ରଖିଥିବା ବେଳେ ଅନ୍ୟ ୨ଟି ଟିମ୍ ଭିନ୍ନ ଭିନ୍ନ ତଥ୍ୟ ପ୍ରମାଣ ଯୋଗାଡ଼ରେ ଲାଗିପଡ଼ିଛନ୍ତି। ରାୟପୁର ଯାଇଥିବା କ୍ରାଇମବ୍ରାଞ୍ଚ ଟିମ୍ ପୁଞ୍ଜିଲାଲ ମେହେର ବ୍ୟବହାର କରିଥିବା ଅଟୋ ଏବଂ ରିକ୍ସା ଚାଳକଙ୍କୁ ଠାବ କରିଛି। ଏହାସହ କୋରିୟର ସଂସ୍ଥାକୁ ପୁଞ୍ଜିଲାଲ୍ ଯାଇଥିବା ରାସ୍ତା କଡ଼ର ସମସ୍ତ ସିସିଟିଭି ଫୁଟେଜ ଗୁଡ଼ିକର ଯାଞ୍ଚ କରାଯାଉଛି। ସ୍କାଏକିଂ କୋରିୟରର କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଏହାବ୍ୟତୀତ ଅନ୍ୟ ଏକ କୋରିୟର ସଂସ୍ଥା ନିକଟରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କକୁ ଇସ୍ରାଏଲ୍ ପଠାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।

Ordigital Desk
• Published: Tuesday, 01 May 2018
• Updated: 01 May 2018, 08:03 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos