ତିନି ଛୁଆଙ୍କୁ ଛାଡ଼ି ପଳାଇଲେ ବାପାମା’!

child

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବାଘାପଲୀ ଗ୍ରାମରୁ ୩ ଅସହାୟ ଶିଶୁଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଛନ୍ତି। ୩ ଶିଶୁଙ୍କ ମଧ୍ୟରୁ ୨ ଜଣ ବାଳିକା ଓ ଜଣେ ନାବାଳିକ ଅଛନ୍ତି। ସେମାନଙ୍କ ବାପାମାଆ ତାଙ୍କୁ ଫଡ଼ି ଘରେ ଛାଡ଼ି ପଳାଇଥିବା ସୂଚନା ମିଳିଛି।

ପିଲାଙ୍କ ବାପାମାଆ ଗତ ୧୫ ଦିନ ହେଲା ବାଘାପଲୀକୁ ଆସି ରହୁଥିଲେ। ଏହାସହ ଗାଁ ଗାଁ ବୁଲି ଗନ୍ଥା ସିଲେଇ କରି ପେଟ ପୋଷୁଥିଲେ।  ହେଲେ ଗତ ୪ ଦିନ ହେଲା ଉଭୟଙ୍କର କୌଣସି ଖୋଜ ଖବର ନଥିଲା। ଗାଁ ଲୋକେ ୪ ଦିନ ପିଲାଙ୍କର ଦେଖାଶୁଣା କରିବା ପରେ ଆଜି ଥାନାରେ ଏନେଇ ଜଣାଇଛନ୍ତି।

Previous ArticleNext Article

Send this to a friend