ଉଗ୍ର ହେଉଛି ପଥରଗାଡ଼ି ଆନ୍ଦୋଳନ, ଗଲାଣି ଜଣଙ୍କ ଜୀବନ

ସୁନ୍ଦରଗଡ଼,( ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲାରେ ଉଗ୍ର ହେଉଛି ପଥରଗାଡ଼ି ଆନ୍ଦୋଳନ।  ଜିଲ୍ଲା ପ୍ରଶାସନର ଆହ୍ୱାନ ସତ୍ତ୍ୱେ ପଥରଗାଡ଼ି ବ୍ୟାପି ଚାଲିଛି ଗାଁକୁ ଗାଁ।  ଏ ଆନ୍ଦୋଳନକୁ କେଉଁଠି ସମର୍ଥନ ତ’ ଆଉ କେଉଁଠି ପ୍ରତ୍ୟାଖାନ୍ କରାଯାଉଛି । ଇତିମଧ୍ୟରେ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କ ଜୀବନ ମଧ୍ୟ ଗଲାଣି । ତଥାପି ପେସା ଆଇନ୍ ଓ ଜଙ୍ଗଲ ଅଧିକାର ଆଇନ-୨୦୦୬ କାର୍ଯ୍ୟକାରୀ ଦାବିରେ ଅଡ଼ିବସିଛନ୍ତି ଆନ୍ଦୋଳନକାରୀ । ଗାଁକୁ ଗାଁ, ବ୍ଲକକୁ […]

h-777

h-777

Rakesh Mallick
  • Published: Friday, 22 June 2018
  • Updated: 22 June 2018, 05:14 AM IST

Sports

Latest News

ସୁନ୍ଦରଗଡ଼,( ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲାରେ ଉଗ୍ର ହେଉଛି ପଥରଗାଡ଼ି ଆନ୍ଦୋଳନ।  ଜିଲ୍ଲା ପ୍ରଶାସନର ଆହ୍ୱାନ ସତ୍ତ୍ୱେ ପଥରଗାଡ଼ି ବ୍ୟାପି ଚାଲିଛି ଗାଁକୁ ଗାଁ।  ଏ ଆନ୍ଦୋଳନକୁ କେଉଁଠି ସମର୍ଥନ ତ’ ଆଉ କେଉଁଠି ପ୍ରତ୍ୟାଖାନ୍ କରାଯାଉଛି । ଇତିମଧ୍ୟରେ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କ ଜୀବନ ମଧ୍ୟ ଗଲାଣି । ତଥାପି ପେସା ଆଇନ୍ ଓ ଜଙ୍ଗଲ ଅଧିକାର ଆଇନ-୨୦୦୬ କାର୍ଯ୍ୟକାରୀ ଦାବିରେ ଅଡ଼ିବସିଛନ୍ତି ଆନ୍ଦୋଳନକାରୀ ।

ଗାଁକୁ ଗାଁ, ବ୍ଲକକୁ ବ୍ଲକ ବ୍ୟାପିଚାଲିଛି ଏହି ଆନ୍ଦୋଳନ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୧୦ଟି ବ୍ଲକରେ ଏହି ଆନ୍ଦୋଳନ ବ୍ୟାପିଥିବାବେଳେ ଉଗ୍ର ରୂପ ଧାରଣ କରିଛି ପଥରଗାଡ଼ି।  ମଙ୍ଗଳବାର କୁତ୍ରା ଥାନା ତେଲିଘନା ଗାଁରେ ସଂଘଟିତ ଗୋଷ୍ଠୀ ସଂଘର୍ଷରେ ପଥରଗାଡ଼ି ବିରୋଧୀ ଡମ୍ବରୁଧର ସେଠିଙ୍କ ମୃତ୍ୟୁ ହୋଇଥିବାବେଳେ ତୀବ୍ର ହେବାରେ ଲାଗିଛି ପ୍ରତିକ୍ରିୟା। ବିପକ୍ଷବାଦୀ ଏବଂ ମୃତକଙ୍କ ପରିବାର ଲୋକେ ତେଲିଘନାରେ ରାସ୍ତାରୋକ କରିବା ସହ ଉପଯୁକ୍ତ କ୍ଷତିପୂରଣ ଓ ପଥରଗାଡ଼ି ଆନ୍ଦୋଳନକାରୀଙ୍କୁ ଗିରଫ ଦାବି କରିଛନ୍ତି ।

ଅାଦିବାସୀଙ୍କ ସ୍ବାର୍ଥ ଏବଂ ବିକାଶକୁ ଦୃଷ୍ଟିରେ ରଖି ପେସା ଆଇନ ଓ ଜଙ୍ଗଲ ଅଧିକାର ଆଇନ-୨୦୦୬ କାର୍ଯ୍ୟକାରୀ କରି ଜଙ୍ଗଲ ଜମିରେ ବାସ କରୁଥିବା ଆଦିବାସୀଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଜାରି ରହିଛି ପଥରଗାଡ଼ି ଆନ୍ଦୋଳନ।  ସମ୍ବିଧାନର ଧାରା ୨୪୪(୧)ର ଦ୍ୱାହି ଦେଇ ନିଜ ଗାଁକୁ ନିଜେ ଶାସନ କରିବାର ଅଧିକାର ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଉଛି। ସେପଟେ ସ୍ଥିତିକୁ ଦେଖି ଜିଲ୍ଲାର ୪ ଜଣ ବିଧାୟକ ଏବଂ ପଥରଗାଡ଼ି ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କୁ ଡାକି ଗତକାଲି ଆଲୋଚନା କରିଥିଲେ ଜିଲ୍ଲାପାଳ। ଏହାସତ୍ତ୍ୱେ ସମାଧାନ ବାଟ ବାହାରିପାରି ନ ଥିବାବେଳେ ଆଗାମୀ ଦିନରେ ଅନ୍ୟ ୧୩ ଜିଲ୍ଲାରେ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନର ନେତୃତ୍ୱ ନେଉଥିବା ବିଧାୟକ ଜର୍ଜ ତିର୍କୀ। ସେପଟେ ଏଭଳି ଆନ୍ଦୋଳନକୁ ବିରୋଧ କରିଛନ୍ତି ବିଭିନ୍ନ ଦଳର ନେତା। ତେବେ ହକ୍ ପାଇଁ ଜାରି ରହିଥିବା ଏହି ଆନ୍ଦୋଳନ ଆଗକୁ କି ରୂପ ନେଉଛି, ତାକୁ ଏବେ ଅପେକ୍ଷା।

https://youtu.be/0PFDZivsg4s

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos