ଭୁବନେଶ୍ୱର ଆଇଜି ପାର୍କରେ ଦେଶାତ୍ମବୋଧକ ସଙ୍ଗୀତ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପୂର୍ବରୁ ଦେଶରେ ଉତ୍ସବର ମାହୋଳ ଲାଗି ରହିଛି। ଦେଶବାସୀଙ୍କ ମଧ୍ୟରେ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି। ଅଗଷ୍ଟ ୧୫ ପୂର୍ବରୁ ନିଜ ବନ୍ଧୁ ଓ ପ୍ରିୟଜନଙ୍କୁ ଲୋକେ ସୁଭେଚ୍ଛା ଦେବାକୁ ଲାଗିଛନ୍ତି। ବିଶେଷ କରି ସୋସିଆଲ ମିଡିଆରେ ସ୍ୱାଧୀନତା ଦିବସକୁ ନେ ଅଧିକ ଉତ୍ସାହ ଦେଖିବାକୁ ମିଳୁଛି। ଏହି ଅବସରରେ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ (ଆଇଜି) ପାର୍କରେ ସେନା ବ୍ୟାଣ୍ଡର ପରିବେଷଣ କରାଯାଇଛି।

ଗୋପାଳପୁରସ୍ଥିତ ଆର୍ମି ଏୟାରଡିଫେନ୍ସ ରେଜିମେଣ୍ଟ ସେଣ୍ଟର ବ୍ୟାଣ୍ଡ ଏହି ପରିବେଷଣ କରୁଛନ୍ତି। ସେମାନେ ମିଲିଟାରୀ ଧୂନ୍ ସହ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରୁଛନ୍ତି।

Previous ArticleNext Article

Send this to a friend