ଦିଲ୍ଲୀରେ ନିରଞ୍ଜନ, ପ୍ରସାଦ କହିଲେ ଏକାଠି ଲଢ଼ିବୁ…

ଭୁବନେଶ୍ୱର: ଓଡିଶାରେ ପିସିସି ନେତୃତ୍ୱକୁ ନେଇ ରାଜ୍ୟ କଂଗ୍ରେସରେ ପୁଣି ତେଜିଲାଣି କନ୍ଦଳ।  ସଭାପତି ରାହୁଲ ଗାନ୍ଧିଙ୍କ ସାନି ନିଷ୍ପତ୍ତି ପରେ, କୁହୁଳିଛି ଅସନ୍ତୋଷର ନିଆଁ। ପ୍ରସାଦ ହରିଚନ୍ଦନଙ୍କୁ ନେତୃତ୍ୱ ମାନିବାକୁ କିଛି ନେତା ସିଧାସଳଖ ଅଗ୍ରାହ୍ୟ କରିଥିବା ବେଳେ ଅାଉ କିଛି ମାପିଚୁପି ମନ୍ତବ୍ୟ ରଖିଛନ୍ତି। ସେପଟେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପୁଣି ମୁଁ ନୁହେଁ, ଆମେ ନାରାରେ ଦଳ ସଂଗଠିତ ହେବ ବୋଲି କହିଛନ୍ତି।

ଏବେ ବଦଳିବେ ନାହିଁ ପିସିସି ସଭାପତି । କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧିଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟ କଂଗ୍ରେସରେ ପୁଣି ଆଲୋଡ଼ନ ସୃଷ୍ଟି ହୋଇଛି। ପ୍ରସାଦ ବିରୋଧୀ କ୍ୟାମ୍ପରେ କଂପନ ସୃଷ୍ଟି ହୋଇଛି। ବିଧାୟକ ଯୋଗେଶ ସିଂ ସିଧାସଳଖ କହିଛନ୍ତି, ଯିଏ ନିଜ ନିର୍ବାଚନ ମଣ୍ଡଳୀରେ ନେତୃତ୍ୱ ନେବାକୁ ସକ୍ଷମ ନୁହଁନ୍ତି, ତାଙ୍କୁ ନେତା ଭାବେ ଗ୍ରହଣ କରିବା ସମ୍ଭବ ନୁହେଁ । ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି, ରାହୁଲଙ୍କ ନିଷ୍ପତ୍ତିକୁ ଆମେ ସ୍ୱାଗତ କରିବୁ, କିନ୍ତୁ କଂଗ୍ରେସ ବଞ୍ଚିବା ଦରକାର। ଏହାସହ ତାରା ପୁଣି ନିରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ଓକିଲାତି କରିଛନ୍ତି । ସେପଟେ AICCର ଏହି ନିଷ୍ପତ୍ତି ପରେ ରାତାରାତି ଦିଲ୍ଲୀ ଯାଇଥିବା ନିରଂଜନ କହିଛନ୍ତି ପିସିସି ସଭାପତି ବଦଳିବେ କି ନାହଁ ସେ ନିଷ୍ପତ୍ତି AICCର। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ପିସିସି ସଭାପତି ଚୟନ ପାଇଁ ସର୍ବସମ୍ମତିକ୍ରମେ ରାହୁଲ ଗାନ୍ଧିଙ୍କୁ ଅଧିକାର ଦିଆଯାଇଥିଲା। ସେ ଯାହା ନିଷ୍ପତ୍ତି ନେଇଛନ୍ତି, ଆମେ ମାନିବା ପାଇଁ ବାଧ୍ୟ ।

Previous ArticleNext Article

Send this to a friend