ତାତିଲେ ବିଚ୍ଛିନ୍ନାଞ୍ଚଳବାସୀ: ଥାନା ବାବୁଙ୍କ ବଦଳି ଦାବି କଲେ

<p>ମାଲକାନଗିରି(ଓଡ଼ିଶା ରିପୋର୍ଟର): ପୋଲିସ ଅଧିକାରୀଙ୍କ ନିର୍ଯାତନା ପ୍ରତିବାଦରେ ତାତିଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବିଚ୍ଛିନ୍ନାଞ୍ଚଳବାସୀ।&nbsp; ଶହଶହ ବିଚ୍ଛିନ୍ନାଞ୍ଚଳବାସୀ ଗତକାଲି ଧାରଣା ଦେଇ ରାସ୍ତା ଅବରୋଧ କରିବା ସହିତ ପପେରମେଟଲା ଥାନା ଘେରାଉ କରିଥିଲେ।</p> <p>ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଲୋକଙ୍କୁ ଧମକଚମକ ଦେବା, ଗୁଣ୍ଡାରାଜ କରିବା, ଜବତ ଗଞ୍ଜେଇକୁ ବିକିବା ପାଇଁ ଗାଁ ଲୋକଙ୍କୁ ବାଧ୍ୟ କରିବା, ଗାଁକୁ ଆସୁଥିବା କୁଣିଆକୁ ଗଞ୍ଜେଇ ବେପାରୀ କହି ଥାନାକୁ ନେବା ଓ ଲାଞ୍ଚ ନେଇ ଛାଡ଼ିବା, ଦାଦାବଟି ଆଦାୟ ଭଳି ସଂଗୀନ ଅଭିଯୋଗ ଆସିଛି। ତାଙ୍କୁ ବଦଳି କରିବାକୁ ଲୋକେ ଦାବି କରିଥିଲେ। ଏହାପରେ ଏସ୍&zwnj;ପିଙ୍କ ନିର୍ଦ୍ଦେଶକ୍ରମେ ଚିତ୍ରକୋଣ୍ଡା ଥାନା ଅଧିକାରୀ ସେଠାରେ ପହଞ୍ଚି ୩ ଦିନ ଭିତରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ବଦଳି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଆନ୍ଦୋଳନ ହଟିଥିଲା।</p>

Ordigital Desk
  • Published: Saturday, 07 April 2018
  • Updated: 07 April 2018, 02:42 PM IST
<p>ମାଲକାନଗିରି(ଓଡ଼ିଶା ରିପୋର୍ଟର): ପୋଲିସ ଅଧିକାରୀଙ୍କ ନିର୍ଯାତନା ପ୍ରତିବାଦରେ ତାତିଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବିଚ୍ଛିନ୍ନାଞ୍ଚଳବାସୀ।&nbsp; ଶହଶହ ବିଚ୍ଛିନ୍ନାଞ୍ଚଳବାସୀ ଗତକାଲି ଧାରଣା ଦେଇ ରାସ୍ତା ଅବରୋଧ କରିବା ସହିତ ପପେରମେଟଲା ଥାନା ଘେରାଉ କରିଥିଲେ।</p><p>ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଲୋକଙ୍କୁ ଧମକଚମକ ଦେବା, ଗୁଣ୍ଡାରାଜ କରିବା, ଜବତ ଗଞ୍ଜେଇକୁ ବିକିବା ପାଇଁ ଗାଁ ଲୋକଙ୍କୁ ବାଧ୍ୟ କରିବା, ଗାଁକୁ ଆସୁଥିବା କୁଣିଆକୁ ଗଞ୍ଜେଇ ବେପାରୀ କହି ଥାନାକୁ ନେବା ଓ ଲାଞ୍ଚ ନେଇ ଛାଡ଼ିବା, ଦାଦାବଟି ଆଦାୟ ଭଳି ସଂଗୀନ ଅଭିଯୋଗ ଆସିଛି। ତାଙ୍କୁ ବଦଳି କରିବାକୁ ଲୋକେ ଦାବି କରିଥିଲେ। ଏହାପରେ ଏସ୍&zwnj;ପିଙ୍କ ନିର୍ଦ୍ଦେଶକ୍ରମେ ଚିତ୍ରକୋଣ୍ଡା ଥାନା ଅଧିକାରୀ ସେଠାରେ ପହଞ୍ଚି ୩ ଦିନ ଭିତରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ବଦଳି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଆନ୍ଦୋଳନ ହଟିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos