ଥାନା ବାବୁଙ୍କୁ ଠେଲାପେଲା

police

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳରେ ଜଣେ ଯୁବକଙ୍କ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ଦେଖାଯାଇଛି। ଘଟଣାସ୍ଥଳକୁ ତଦନ୍ତ ପାଇଁ ଯାଇଥିବା ପୋଲିସ ଅଧିକାରୀଙ୍କୁ ଉତ୍ତ୍ୟକ୍ତ ଲୋକେ ଠେଲାପେଲା କରିଛନ୍ତି।

ଗୋବିନ୍ଦପୁର ଥାନା ଅନ୍ତର୍ଗତ କଜଳପୁର ଗାଁର ଯୁବକ କାନ୍ଦୁରା ଭୋଇଙ୍କୁ ଗତକାଲି ରାତିରେ କେହି ଦୁର୍ବୃତ୍ତ ଘରୁ ଡାକି ନେଇ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଗୋବିନ୍ଦପୁର-କଟକ ରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରିଥିଲେ। ଆନ୍ଦୋଳନକାରୀଙ୍କ ବୁଝାଶୁଝା କରିବାକୁ ଯାଇଥିବା ପୋଲିସକୁ ସ୍ଥାନୀୟ ଲୋକେ ଠେଲାପେଲା କରିଥିଲେ।

ହତ୍ୟାକାରୀକୁ ଧରିବାକୁ ପୋଲିସ  କଟକ ସଦର, ନିଆଳି ଓ ଗୋବିନ୍ଦପୁର ଅଞ୍ଚଳରେ ଚଢ଼ାଉ  ଜାରି ରଖିଛି।

Previous ArticleNext Article

Send this to a friend