ଚୋରଙ୍କୁ ବାନ୍ଧି ଛେଚିଲେ ଲୋକେ, ଦେଖନ୍ତୁ ଭିଡିଓ

cuttack

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରସିଂହପୁର ଥାନା ନୁଖପଡ଼ାରେ ଲୋକେ ଦୁଇଜଣ ଚୋରଙ୍କୁ ଧରି ଭଲ ରକମ ଉତ୍ତମ ମଧ୍ୟମ ଦେଇଛନ୍ତି। ଧରାପଡିବା ପରେ ଗାଁ ଲୋକେ ଦୁଇ ଅଭିଯୁକ୍ତଙ୍କ ହାତ ବାନ୍ଧି ଦେଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଉତ୍ତମମଧ୍ୟମ। ଖବରପାଇ ପୋଲିସ୍‌ ଗାଁରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି। ଏହି ଚୋରି ଘଟଣାରେ ଆଉ କିଛି ଲୋକଙ୍କ ସମ୍ପୃକ୍ତ ଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

ଅଭଯୋଗ ଅନୁସାରେ ଗତକାଲି ରାତିରେ ନୁଖପଡ଼ା ଗାଁର ଦୁଇ ଜଣଙ୍କ ଘରର କବାଟ ଭାଙ୍ଗି ଅଭିଯୁକ୍ତ ଦ୍ୱୟ ଆଲମିରାରୁ ସୁନାରୂପା ଗହଣା ଓ ଟଙ୍କା ଚୋରି କରି ନେଇଯାଉଥିଲେ। ଏହି ସମୟରେ ଗାଁ ଲୋକେ ଉଭୟଙ୍କୁ କାବୁ କରି ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।

ପୋଲିସ୍‌ ଉଭୟଙ୍କୁ ଉଦ୍ଧାର କରିବା ପରେ ନରସିଂହପୁର ମେଡିକାଲରେ ଭର୍ତ୍ତି କରିଛି।

Previous ArticleNext Article

Send this to a friend