ପୁରୀରୁ ଲଢ଼ିବେ କି ମୋଦି? ଶାହା କ’ଣ କହିଲେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରୁ ଲଢ଼ିବେ। ଗତ କିଛି ଧରି ଏପରି ଖବର ପ୍ରଚାର ହେଉଥିଲା। ଏପରି ଖବରକୁ ଖଣ୍ଡନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶାହା କହିଛନ୍ତି-“ଆସନ୍ତା ଲୋକସଭା ନିର୍ବାଚନରେ ବିଜେପିର କିଏ କେଉଁଠୁ ପ୍ରାର୍ଥୀ ହେବ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନି। ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସବୁ ଆଡ଼େ ବୁଲୁଛନ୍ତି। ବିଭିନ୍ନ ସମୟରେ […]

BJP President Amit Shah PC in  Lucknow

BJP President Amit Shah PC in Lucknow

Rakesh Mallick
  • Published: Saturday, 26 May 2018
  • Updated: 26 May 2018, 09:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରୁ ଲଢ଼ିବେ। ଗତ କିଛି ଧରି ଏପରି ଖବର ପ୍ରଚାର ହେଉଥିଲା। ଏପରି ଖବରକୁ ଖଣ୍ଡନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା।

ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶାହା କହିଛନ୍ତି-“ଆସନ୍ତା ଲୋକସଭା ନିର୍ବାଚନରେ ବିଜେପିର କିଏ କେଉଁଠୁ ପ୍ରାର୍ଥୀ ହେବ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନି। ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସବୁ ଆଡ଼େ ବୁଲୁଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ଲଢ଼ିବା ନେଇ ତାଙ୍କ ନାଁରେ ଚର୍ଚ୍ଚା ହେଉଛି। ତେବେ ପ୍ରଧାନମନ୍ତ୍ରୀ କେଉଁଠୁ ଲଢ଼ିବେ, ସେ ନେଇ କିଛି ସ୍ଥିର ହୋଇନାହିଁ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଗତ କିଛି ଦିନ ଧରି ଚର୍ଚ୍ଚା ହୋଇଥିଲେ। ଏନେଇ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଖବର ପ୍ରକାଶ ପାଉଥିଲା। ଆଜି ଏହି ଖବରକୁ ଖଣ୍ଡନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos