ମହିଳାଙ୍କ ଭାଗ୍ୟ ବଦଳାଇଦେଲା ପିଙ୍କ ଅଟୋ

ରାଉରକେଲା(ଓଡ଼ିଶା ରିପୋର୍ଟର): ମହିଳାଙ୍କ ଭାଗ୍ୟ ବଦଳାଇ ଦେଇଛି ଫିଙ୍କ୍ ଅଟୋ ସେବା। ଯେଉଁମାନେ କେବଳ ଘର କାମରେ ବ୍ୟସ୍ତ ରହୁଥିଲେ, ସେମାନେ ଚାରି କାନ୍ଥରୁ ବାହାରି ଅଟୋ ଚଳାଇ ଆଜି ଭଲ ରୋଜଗାର କରିପାରୁଛନ୍ତି। ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ସ୍ମାର୍ଟ ସିଟି ରାଉରକେଲାରେ ଡିସେମ୍ୱର ୨୧ ତାରିଖରେ ଆରମ୍ଭ କରାଯାଇଥିଲା ପିଙ୍କ୍ ଅଟୋ ସେବା। ପ୍ରଥମ ପର୍ଯ୍ୟାୟରେ ୨୧ ଜଣ ମହିଳାଙ୍କୁ ଟ୍ରେନିଂ ଦିଆଯାଇଥିଲା। ଅଟୋ କିଣିବା ଲାଗି ଯୋଗାଇ ଦିଆଯାଇଥିଲା ଋଣ ମହିଳାଙ୍କୁ ଏହାର ଲାଭ ମିଳିଛି। ଝିଅମାନେ ବି ପିଙ୍କ୍ ଅଟୋରେ ବସି ନିଜକୁ ସୁରକ୍ଷିତ ମଣୁଛନ୍ତି।

ତେବେ ମହିଳା ଅଟୋ ଡ୍ରାଇଭରମାନେ ଅନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ପୁରୁଷମାନେ ଏହି ଅଟୋରେ ବସିପାରିବେ କି ନାହିଁ, ନ୍ଦ୍ୱନ୍ଦ୍ୱରେ ପଡୁଥିବାରୁ ଅଧିକ ରୋଜଗାର ହୋଇପାରୁ ନାହିଁ। ପିଙ୍କ୍ ଅଟୋ ପାଇଁ ସ୍ୱତନ୍ତ୍ର ଅଟୋ ଷ୍ଟାଣ୍ଡ ମଧ୍ୟ ନାହିଁ। ବେଳେ ବେଳେ ଅନ୍ୟ ଅଟୋ ଡ୍ରାଇଭରମାନେ ମହିଳା ଅଟୋ ଡ୍ରାଇଭରଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ତେବେ ରାଉରକେଲା ମ୍ୟୁନିସିପାଲ କର୍ପୋରେସନ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି, ଏହି ସମସ୍ତ ସମସ୍ୟାର ସମାଧାନ କରାଯିବ।

ରାଉରକେଲାରେ ପ୍ରାୟ ୪୦୦୦ ଅଟୋ ଚଳାଚଳ କରୁଛି। ଏହି ଭିଡ଼ ଭିତରେ ମହିଳା ଅଟୋ ଡ୍ରାଇଭରଙ୍କୁ ନିଜ ଗୋଡ଼ରେ ଠିଆ ହେବାରେ ସାହାଯ୍ୟ କରିଛି ଫିଙ୍କ୍ ଅଟୋ ସେବା।

Ordigital Desk
• Published: Wednesday, 07 February 2018
• Updated: 07 February 2018, 09:35 PM IST

Sports

Latest News

ରାଉରକେଲା(ଓଡ଼ିଶା ରିପୋର୍ଟର): ମହିଳାଙ୍କ ଭାଗ୍ୟ ବଦଳାଇ ଦେଇଛି ଫିଙ୍କ୍ ଅଟୋ ସେବା। ଯେଉଁମାନେ କେବଳ ଘର କାମରେ ବ୍ୟସ୍ତ ରହୁଥିଲେ, ସେମାନେ ଚାରି କାନ୍ଥରୁ ବାହାରି ଅଟୋ ଚଳାଇ ଆଜି ଭଲ ରୋଜଗାର କରିପାରୁଛନ୍ତି। ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ସ୍ମାର୍ଟ ସିଟି ରାଉରକେଲାରେ ଡିସେମ୍ୱର ୨୧ ତାରିଖରେ ଆରମ୍ଭ କରାଯାଇଥିଲା ପିଙ୍କ୍ ଅଟୋ ସେବା। ପ୍ରଥମ ପର୍ଯ୍ୟାୟରେ ୨୧ ଜଣ ମହିଳାଙ୍କୁ ଟ୍ରେନିଂ ଦିଆଯାଇଥିଲା। ଅଟୋ କିଣିବା ଲାଗି ଯୋଗାଇ ଦିଆଯାଇଥିଲା ଋଣ ମହିଳାଙ୍କୁ ଏହାର ଲାଭ ମିଳିଛି। ଝିଅମାନେ ବି ପିଙ୍କ୍ ଅଟୋରେ ବସି ନିଜକୁ ସୁରକ୍ଷିତ ମଣୁଛନ୍ତି।

ତେବେ ମହିଳା ଅଟୋ ଡ୍ରାଇଭରମାନେ ଅନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ପୁରୁଷମାନେ ଏହି ଅଟୋରେ ବସିପାରିବେ କି ନାହିଁ, ନ୍ଦ୍ୱନ୍ଦ୍ୱରେ ପଡୁଥିବାରୁ ଅଧିକ ରୋଜଗାର ହୋଇପାରୁ ନାହିଁ। ପିଙ୍କ୍ ଅଟୋ ପାଇଁ ସ୍ୱତନ୍ତ୍ର ଅଟୋ ଷ୍ଟାଣ୍ଡ ମଧ୍ୟ ନାହିଁ। ବେଳେ ବେଳେ ଅନ୍ୟ ଅଟୋ ଡ୍ରାଇଭରମାନେ ମହିଳା ଅଟୋ ଡ୍ରାଇଭରଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ତେବେ ରାଉରକେଲା ମ୍ୟୁନିସିପାଲ କର୍ପୋରେସନ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି, ଏହି ସମସ୍ତ ସମସ୍ୟାର ସମାଧାନ କରାଯିବ।

ରାଉରକେଲାରେ ପ୍ରାୟ ୪୦୦୦ ଅଟୋ ଚଳାଚଳ କରୁଛି। ଏହି ଭିଡ଼ ଭିତରେ ମହିଳା ଅଟୋ ଡ୍ରାଇଭରଙ୍କୁ ନିଜ ଗୋଡ଼ରେ ଠିଆ ହେବାରେ ସାହାଯ୍ୟ କରିଛି ଫିଙ୍କ୍ ଅଟୋ ସେବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos