ଡେରିରେ ବାହାରିପାରେ ଯୁକ୍ତ ୨ ପରୀକ୍ଷା ଫଳ: ଆଶଙ୍କା ପ୍ରକାଶ କଲେ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ

<p>ଭୁବନେଶ୍ୱର: ଏଥର ବିଳମ୍ବରେ ଆସିପାରେ ଚଳିତ ବର୍ଷର ଯୁକ୍ତ ୨ ପରୀକ୍ଷା ଫଳ। ଆବଶ୍ୟକତାଠାରୁ କମ ଶିକ୍ଷକ ଖାତା ଦେଖୁଥିବାରୁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହେବାର ଆଶଙ୍କା ଦେଖା ଦେଇଛି। ଏହି ସୂଚନା ଦେଇଛନ୍ତି CHSE ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ। ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇ କହିଛନ୍ତି ଯେ, ଖାତା ଦେଖିବା ପାଇଁ ୫ହଜାର ୮ଶହ ଶିକ୍ଷକଙ୍କୁ ଡକା ଯାଇଥିଲା। କିନ୍ତୁ ଆଜି ସୁଦ୍ଧା ୫୦ ପ୍ରତିଶତ ପରୀକ୍ଷକ ଖାତା ଦେଖିବା ପାଇଁ ଯୋଗ ଦେଇ ନାହାଁନ୍ତି। ଗତବର୍ଷ ତୁଳନାରେ ଏଯାଏଁ ପ୍ରାୟ ୫ ହଜାର ଖାତା କମ୍ ଦେଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ତେଣୁ ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।</p> <p>ଅନ୍ୟପକ୍ଷରେ ଖାତା ଦେଖିବାକୁ ଆସୁ ନ ଥିବା ଶିକ୍ଷକଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି CHSE।&nbsp; କାଲି ସୁଦ୍ଧା ଖାତାଦେଖା କାର୍ଯ୍ୟରେ ଯୋଗ ନ ଦେଲେ ଅନୁପସ୍ଥିତ ପରୀକ୍ଷକଙ୍କ ନାଁରେ ଏତଲା ଦିଆଯିବ ବୋଲି ଜଣାପଡ଼ିଛି। ଏଥିପାଇଁ ମୂଲ୍ୟାୟନ କେନ୍ଦ୍ର ସୁପରଭାଇଜରମାନଙ୍କୁ କଣ୍ଟ୍ରୋଲର ନିର୍ଦ୍ଦେଶ ଦେଇଛନ୍ତି। କେବଳ ସ୍ୱାସ୍ଥ୍ୟଗତ କାରଣ ବ୍ୟତିତ ଖାତାଦେଖାରେ ଅନୁପସ୍ଥିତ ରହିବା ନେଇ ଅନ୍ୟକିଛି କାରଣ ଗ୍ରହଣ କରାଯିବ ନାହିଁ ବୋଲି CHSE କହିଛି।</p>

Ordigital Desk
  • Published: Saturday, 07 April 2018
  • Updated: 07 April 2018, 10:31 PM IST

Sports

Latest News

<p>ଭୁବନେଶ୍ୱର: ଏଥର ବିଳମ୍ବରେ ଆସିପାରେ ଚଳିତ ବର୍ଷର ଯୁକ୍ତ ୨ ପରୀକ୍ଷା ଫଳ। ଆବଶ୍ୟକତାଠାରୁ କମ ଶିକ୍ଷକ ଖାତା ଦେଖୁଥିବାରୁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହେବାର ଆଶଙ୍କା ଦେଖା ଦେଇଛି। ଏହି ସୂଚନା ଦେଇଛନ୍ତି CHSE ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ। ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇ କହିଛନ୍ତି ଯେ, ଖାତା ଦେଖିବା ପାଇଁ ୫ହଜାର ୮ଶହ ଶିକ୍ଷକଙ୍କୁ ଡକା ଯାଇଥିଲା। କିନ୍ତୁ ଆଜି ସୁଦ୍ଧା ୫୦ ପ୍ରତିଶତ ପରୀକ୍ଷକ ଖାତା ଦେଖିବା ପାଇଁ ଯୋଗ ଦେଇ ନାହାଁନ୍ତି। ଗତବର୍ଷ ତୁଳନାରେ ଏଯାଏଁ ପ୍ରାୟ ୫ ହଜାର ଖାତା କମ୍ ଦେଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ତେଣୁ ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।</p><p>ଅନ୍ୟପକ୍ଷରେ ଖାତା ଦେଖିବାକୁ ଆସୁ ନ ଥିବା ଶିକ୍ଷକଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି CHSE।&nbsp; କାଲି ସୁଦ୍ଧା ଖାତାଦେଖା କାର୍ଯ୍ୟରେ ଯୋଗ ନ ଦେଲେ ଅନୁପସ୍ଥିତ ପରୀକ୍ଷକଙ୍କ ନାଁରେ ଏତଲା ଦିଆଯିବ ବୋଲି ଜଣାପଡ଼ିଛି। ଏଥିପାଇଁ ମୂଲ୍ୟାୟନ କେନ୍ଦ୍ର ସୁପରଭାଇଜରମାନଙ୍କୁ କଣ୍ଟ୍ରୋଲର ନିର୍ଦ୍ଦେଶ ଦେଇଛନ୍ତି। କେବଳ ସ୍ୱାସ୍ଥ୍ୟଗତ କାରଣ ବ୍ୟତିତ ଖାତାଦେଖାରେ ଅନୁପସ୍ଥିତ ରହିବା ନେଇ ଅନ୍ୟକିଛି କାରଣ ଗ୍ରହଣ କରାଯିବ ନାହିଁ ବୋଲି CHSE କହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos