ଯୁକ୍ତ ଦୁଇରେ ନାମଲେଖା ପାଇଁ ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା। ଛାତ୍ରଛାତ୍ରୀମାନେ ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମଲେଖାଇବା ପାଇଁ ଆବେଦନ କରିପାରିବେ। ରାଜ୍ୟରେ ଥିବା ସମସ୍ତ ଜୁନିଅର କଲେଜ ଓ HIGHER SECONDARY SCHOOLରେ  ପ୍ରଥମ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ପଢ଼ିବା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିବେ।

ଆଜି ଦିନ ୧୧ଟାରୁ ୱେବସାଇଟ୍ WWW.SAMSODISHA.GOV.IN ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଆବେଦନର ଶେଷ ସମୟ ସୀମା ହେଲା ଜୁନ୍ ୧୭ ତାରିଖ ରାତି ୧୧ଟା ୪୫। ଜୁନ୍‌ ୨୩ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ଓ ଜୁଲାଇ ୩ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ।

Previous ArticleNext Article

Send this to a friend