ମହାନଦୀ ପ୍ରଶ୍ନର ଜବାବ ଦେଲେ ମୋଦି; କ’ଣ କହିଲେ ଦେଖନ୍ତୁ ଭିଡିଓ
ପ୍ରଧାନମନ୍ତ୍ରୀ କହିଥିଲେ,“କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ବେଳେ ରାଜ୍ୟ ସରକାର ଏଠାକାର ଗରିବ କୃଷକଙ୍କୁ କେବଳ ବିଭ୍ରାନ୍ତ କରୁଛନ୍ତି। ଏହାର ସବୁଠୁ ବଡ଼ ଜୀବନ୍ତ ଉଦାହରଣ ହେଉଛି ମହାନଦୀ ଜଳକୁ ନେଇ ରାଜ୍ୟ ସରକାର ଉଠାଇଥିବା ବିବାଦ। ଓଡ଼ିଶା ସରକାର ବିଧାନସଭାରେ ନିଜେ ସ୍ୱୀକାର କରି ସାରିଛନ୍ତି ଯେ ମହାନଦୀର ଅଧାରୁ ଅଧିକ ଜଳ ସମୁଦ୍ରକୁ ଚାଲିଯାଉଛି। କେନ୍ଦ୍ର ସରକାର ଏ ବିବାଦର ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ରାଜ୍ୟ ସରକାର ସହଯୋଗ କଲେନି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମହନଦୀ ବିବାଦର ସମୟୋଚିତ ସମାଧାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିରେ ବି ରାଜ୍ୟ ସରକାର ସହଯୋଗ କଲେନି। ସେହିପରି ଏ ବିବାଦର ସମାଧାନ ପାଇଁ ଏକ ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ସରକାର କହିଥିଲେ। ରାଜ୍ୟ ସରକାର ଏହାକୁ ବି ଅଗ୍ରାହ୍ୟ କରି ଦେଇଥିଲେ।”
ମହାନଦୀ ଜଳ ନେଇ ରାଜ୍ୟ ସରକାରଙ୍କ ଉପରେ ନିଜ ଆକ୍ରମଣକୁ ଆହୁରି ଶାଣିତ କରି ମୋଦି କହିଥିଲେ,“ରାଜ୍ୟ ସରକାର ଏତେ ବର୍ଷ ଏଠାରେ ଶାସନ କଲେଣି, କିନ୍ତୁ ମହାନଦୀ ଜଳରୁ କିପରି ଗରିବ ଚାଷୀମାନେ ଲାଭ ପାଇ ପାରିବେ ସେ ନେଇ କୌଣସି ବ୍ୟବସ୍ଥା ବିକଶିତ କରିପାରିଲେ ନାହିଁ। ମହାନଦୀ ଜଳ କିପରି ଚାଷ ଜମିକୁ ପହଞ୍ଚି ପାରିବ ସେ ନେଇ କିଛି ବ୍ୟବସ୍ଥା କଲେ ନାହିଁ।”
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାରେ ଆହୁରି ପ୍ରମୁଖ ପାଞ୍ଚୋଟି ନଦୀ ଥିବା ବେଳେ ସେଗୁଡ଼ିକର ଜଳକୁ କିପରି ସଠିକ୍ ବ୍ୟବହାର କରାଯାଇ ପାରିବ, ସେନଇ ରାଜ୍ୟ ସରକାର କିଛି କରି ନାହାଁନ୍ତି। ୨୦ ବର୍ଷ ହେଲା ଲୋୟର ଇନ୍ଦ୍ରା ସିଞ୍ଚାଇ ପ୍ରୋଜେକ୍ଟ କାହିଁକି ପଡ଼ି ରହିଛି ବୋଲି ସେ ପ୍ରଶ୍ନ କରିଥିଲେ। ସେହିପରି ଜଳସେଚନ ସହିତ ଯୋଜନାଗୁଡ଼ିକୁ ରାଜ୍ୟ ସରକାର କାର୍ଯ୍ୟକାରୀ ନକରି ପକାଇ ରଖିଥିବା ପ୍ରଧାନମନ୍ତ୍ରୀ କହିଥିଲେ।
ସେ କ’ଣ କହିଛନ୍ତି ଏହି ଭିଡିଓରୁ ଶୁଣନ୍ତୁ-
ଆଜିର ସଭାରେ ପ୍ରଧାନମନ୍ତ୍ରୀ ତାଙ୍କ ସରକାର ଦ୍ୱାରା ଗତ ୪ ବର୍ଷରେ କରାଯାଇଥିବା ସମସ୍ତ କାର୍ଯ୍ୟର ବିବରଣୀ ଦେଇଥିଲେ। କଳାଧନଠାରୁ ଆରମ୍ଭ କରି ନକ୍ସଲ ଦମନ, ବିଜୁଳିଠାରୁ ଶୌଚାଳୟ, ଉଜ୍ଜ୍ୱଳା, ବେଟିବଚାଓ, ପ୍ରଧାନମନ୍ତ୍ରୀ ସିଞ୍ଚାଇ ଯୋଜନା, କୃଷି, ସ୍ୱାସ୍ଥ୍ୟ ସହିତ ସବୁ ଦିଗ ଉପରେ ଆଲୋଚନା କରିଥିଲେ ମୋଦି। ବିରୋଧୀ ଦଳଗୁଡ଼ିକ ଉପରେ ମଧ୍ୟ ସେ ବର୍ଷି ଥିଲେ।
Ordigital Desk
• Published: Saturday, 26 May 2018
• Updated: 26 May 2018, 07:41 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos