ପୋଲାଭରମ୍ ପ୍ରକଳ୍ପ: ଆଇନକୁ ଅଣଦେଖା, ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ଆନ୍ଧ୍ରକୁ କେନ୍ଦ୍ର ସରକାରଙ୍କ ଅନୁମତି

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ବିବାଦୀୟ ପୋଲାଭରମ୍ ପ୍ରକଳ୍ପ। ଆଇନକୁ ଅଣଦେଖା କରି କେନ୍ଦ୍ର ସରକାର ପ୍ରକଳ୍ପର ନିର୍ମାଣ କାମ ଆଗକୁ ବଢ଼ାଇବାକୁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଅନୁମତି ଦେଇଛନ୍ତି। ତେବେ ଏ ନେଇ ଓଡ଼ିଶା ଓ ଛତିଶଗଡ଼କୁ ଅବଗତ କରାଯାଇ ନାହିଁ। ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ଉପରେ ଥିବା ଷ୍ଟପ୍ ୱାର୍କ ଅର୍ଡର ବା କାମ ବନ୍ଦ ନିର୍ଦ୍ଦେଶକୁ ବର୍ଷକ ଲାଗି ଉଠାଇ ଦେଇଛନ୍ତି କେନ୍ଦ୍ର ସରକାର। ପ୍ରକଳ୍ପକୁ ନେଇ ଓଡ଼ିଶା ଓ ଛତିଶଗଡ଼ରେ ବାଧ୍ୟତାମୂଳକ ଜନଶୁଣାଣି ଶେଷ […]

polabharam

polabharam

Rakesh Mallick
  • Published: Tuesday, 28 July 2015
  • Updated: 28 July 2015, 02:44 PM IST

Sports

Latest News

Polavaram_EPSଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ବିବାଦୀୟ ପୋଲାଭରମ୍ ପ୍ରକଳ୍ପ। ଆଇନକୁ ଅଣଦେଖା କରି କେନ୍ଦ୍ର ସରକାର ପ୍ରକଳ୍ପର ନିର୍ମାଣ କାମ ଆଗକୁ ବଢ଼ାଇବାକୁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଅନୁମତି ଦେଇଛନ୍ତି। ତେବେ ଏ ନେଇ ଓଡ଼ିଶା ଓ ଛତିଶଗଡ଼କୁ ଅବଗତ କରାଯାଇ ନାହିଁ। ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ଉପରେ ଥିବା ଷ୍ଟପ୍ ୱାର୍କ ଅର୍ଡର ବା କାମ ବନ୍ଦ ନିର୍ଦ୍ଦେଶକୁ ବର୍ଷକ ଲାଗି ଉଠାଇ ଦେଇଛନ୍ତି କେନ୍ଦ୍ର ସରକାର। ପ୍ରକଳ୍ପକୁ ନେଇ ଓଡ଼ିଶା ଓ ଛତିଶଗଡ଼ରେ ବାଧ୍ୟତାମୂଳକ ଜନଶୁଣାଣି ଶେଷ ହୋଇ ନ ଥିଲେ ମଧ୍ୟ କାମ ଆଗକୁ ବଢ଼ାଇବା ପାଇଁ କେନ୍ଦ୍ର ଆନ୍ଧ୍ରକୁ ଅନୁମତି ଦେଇଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅନୁରୋଧକ୍ରମେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ଅନୁମତି ଦେଇଛନ୍ତି। ଏ ନେଇ ବିଭାଗୀୟ ଯୁଗ୍ମ ସଚିବ ବିଶ୍ୱନାଥ ସିହ୍ନାଙ୍କ ଚିଠି ଓ ଏକଜକ୍ୟୁଟିଭ୍ ଅର୍ଡର ଆନ୍ଧ୍ର ସରକାରଙ୍କ ନିକଟରେ ପହଞ୍ଚିଛି। କେନ୍ଦ୍ର ଏଭଳି ନିଷ୍ପତ୍ତି ନେଇଥିଲେ ବି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଯାଉଥିବା ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼କୁ ଅବଗତ  କରିନାହିଁ। ଆନ୍ଧ୍ରକୁ ଦିଆଯାଇଥିବା ବର୍ଷେ ସମୟ ମଧ୍ୟରୁ ପ୍ରଥମ ୩ ରୁ ୬ ମାସ ମଧ୍ୟରେ ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି ଶେଷ କରିବାକୁ କୁହାଯାଇଛି। ତେବେ ଜନଶୁଣାଣି ଓଡ଼ିଶା ଓ ଛତିଶଗଡ଼ ସରକାର ଦ୍ୱାରା କରାଯିବାକୁ ଥିବାରୁ କେନ୍ଦ୍ରର ପ୍ରକୃତ ଉଦ୍ଦେଶ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଦାବରୀ ନଦୀରେ ନିର୍ମାଣ ଚାଲିଥିବା ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ମାମଲକାନଗିରି ଜିଲ୍ଲାରେ ପ୍ରାୟ ୭ଟି ପଞ୍ଚାୟତର ୪୦ଟି ଗାଁ ଓ ଛତିଶଗଡ଼ର ଅନେକ ଗାଁ ଜଳମଗ୍ନ ହେବାର ଆଶଙ୍କା ରହିଛି। ୨୦୦୫ରେ ପୋଲାଭରମ୍ ପ୍ରକଳ୍ପକୁ ମଂଜୁରୀ ମିଳିଥିବା ବେଳେ ଓଡ଼ିଶା ଓ ଛତିଶଗଡ଼ରେ ନିର୍ମାଣ ଲାଗି ଆନ୍ଧ୍ର ୨୦୧୦ରେ ଅନୁମତି ଲୋଡ଼ିଥିଲା। ମାତ୍ର ଏ ଦୁଇ ରାଜ୍ୟ ପ୍ରକଳ୍ପକୁ ବିରୋଧ କରିବାରୁ ୨୦୧୧ରେ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ଉଭୟ ରାଜ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲା କୋର୍ଟଙ୍କ ବିଚାରଧୀନ ଥିଲେ ବି କେନ୍ଦ୍ର ସରକାର ଏଭଳି ଏକ ବିବାଦୀୟ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story