ପୋଲାଭରମ ବିବାଦ: ନରମିଲା ଓଡ଼ିଶା

Polavaram-Project-1-768x388

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ବିବାଦୀୟ ପୋଲାଭରମ ଜଳସେଚନ ପ୍ରକଳ୍ପ ମାମଲାର ଶୁଣାଣି ହୋଇଛି। ପ୍ରକଳ୍ପକୁ ନେଇ ନରମ ଭାବ ପୋଷଣ କରିଛି ଓଡ଼ିଶା। ଓଡ଼ିଶା ପକ୍ଷରୁ କୋର୍ଟରେ ମତ ରଖିଛନ୍ତି ଓକିଲ ଗୋପାଳ ସୁବ୍ରମଣ୍ୟମ। ସେ କହିଛନ୍ତି, “ଆପୋଷ ଆଲୋଚନା ମାଧ୍ୟମରେ ପ୍ରକଳ୍ପକୁ ନେଇ ଥିବା ଅସନ୍ତୋଷ ଦୂର ହୋଇପାରିବ। ପୋଲାଭରମରେ ଡ୍ୟାମ ହେଲେ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହେବ। ଡ୍ୟାମର ଉଚ୍ଚତା କମ୍‌ ରହିଲେ ମାଲକାନଗିରି ଜିଲ୍ଲାର ଲୋକମାନେ ପ୍ରଭାବିତ ହେବେ ନାହିଁ।”ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ ମାସରେ ହେବ।

ପୋଲାଭରମ ମାମଲାରେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା ହୋଇଛନ୍ତି। ଏହି ପ୍ରକଳ୍ପ ଯୋଗୁ  ମାଲକାନଗିରିର ବହୁ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି।

Previous ArticleNext Article

Send this to a friend