ପୋଲିସ ଜାଲରେ ୭ ହାଇୱେ ଲୁଟେରା

କଟକ: କଟକ ପୋଲିସ ୭ ଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିଚି। ଏହି ଲୁଟେରାମାନେ ଉପକୂଳ ଜିଲ୍ଲାର ବିଭିନ୍ନ ହାଇୱେରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ଘରୋଇ କଂପାନୀ କର୍ମଚାରୀଙ୍କଠାରୁ ଲୁଟ୍ କରୁଥିବା କମିଶନରେଟ ପୋଲିସ ସୂଚନା ଦେଇଛି।

ଗିରଫ ଲୁଟେରାଙ୍କଠାରୁ ପୋଲିସ ଗୋଟିଏ ବନ୍ଧୁକ ସହ ୫ ରାଉଣ୍ଡ ଅଫୁଟା ଗୁଳି, ଦୁଇଟ ବାଇକ୍‌, ୫ଟି ମୋବାଇଲ୍ ଓ ନଗଦ ୨୬ ହଜାର ଟଙ୍କା ଜବତ କରିଛି। ଗ୍ୟାଙ୍ଗର ଦୁଇଜଣ ସଦସ୍ୟ ଏବେ ବି ଫେରାର ଥିବା ପୋଲିସ କହିଛି।

Previous ArticleNext Article

Send this to a friend