ଡିଆର୍‌ଡିଓରେ ଚାକିରି କରାଇ ଦେବାକୁ କହି ଠକୁଥିଲା

ଆଠଗଡ଼ (ନୀଳକଣ୍ଠ ଦୋରା): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର DRDO ରେ ଚାକିରି କରାଇ ଦେବାକୁ କହି ସାଢେ ଚାରି କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗର ପର୍ଦ୍ଦାଫାସ କରିଛି ତିଗିରିଆ ପୋଲିସ। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ବୋଧିଶ୍ୱତ ପରିଡା ଓରଫ ଟୁଆଁକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତଙ୍କଠାରୁ ନକଲି ନିଯୁକ୍ତି ପତ୍ର ଓ ନକଲ ପରିଚୟପତ୍ର ପୋଲିସ ଜବତ କରିଛି। ତେବେ ଏବେ ସୁଦ୍ଧା ୪ ଅଭିଯୁକ୍ତଙ୍କୁ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ ପାଇଁ […]

police arrest one person

police arrest one person

Rakesh Mallick
  • Published: Monday, 02 July 2018
  • Updated: 02 July 2018, 11:07 PM IST

Sports

Latest News

ଆଠଗଡ଼ (ନୀଳକଣ୍ଠ ଦୋରା): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର DRDO ରେ ଚାକିରି କରାଇ ଦେବାକୁ କହି ସାଢେ ଚାରି କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗର ପର୍ଦ୍ଦାଫାସ କରିଛି ତିଗିରିଆ ପୋଲିସ। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ବୋଧିଶ୍ୱତ ପରିଡା ଓରଫ ଟୁଆଁକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତଙ୍କଠାରୁ ନକଲି ନିଯୁକ୍ତି ପତ୍ର ଓ ନକଲ ପରିଚୟପତ୍ର ପୋଲିସ ଜବତ କରିଛି। ତେବେ ଏବେ ସୁଦ୍ଧା ୪ ଅଭିଯୁକ୍ତଙ୍କୁ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଗତ ୨୫ ତାରିଖରେ ଏନେଇ ତିଗିରିଆର ଥାନାରେ ଆଠଗଡର ସେଖ ରିଆନ ମହମ୍ମଦ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି ନମ୍ବର ୭୧/୨୦୧୮ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ଅନ୍ୟ ଅଭିଯୁକ୍ତଙ୍କୁ ଗୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos