ରାଜଧାନୀରେ ଶିକ୍ଷକଙ୍କୁ ପୋଲିସ ବାବୁଙ୍କ ମୁଥମାଡ଼: କ୍ୟାମେରାରେ କଏଦ ବାବୁଙ୍କ କାରନାମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଦେହରେ ଖାକି ଅଛି ବୋଲି କମାଲ୍‌ ଦେଖାଇଲେ ପୋଲିସ ବାବୁ। କିଛି ମାନିଲେନି କି କିଛି ଶୁଣିଲେନି। ଯାଇଚ୍ଛା ତା ଗାଳିଦେଲେ ଆଉ ଏମିତି ଭାଷା କହିଲେ ଆମେ ମୁହଁରେ ଧରିପାରୁନୁ। ଆଇନ୍‌ଶୃଙ୍ଖଳା ସଜାଡୁଥିବା ବ୍ୟକ୍ତିଙ୍କ ଏମିତି ରୂପ ଦେଖି ଆମକୁ ଭାରି ବାଧିଛି। ପିଲାଙ୍କୁ ପାଠ ପଢାଇ ମଣିଷ କରୂଛୁ। ନିଜ ହକ୍‌ ପାଇଁ ଆନ୍ଦୋଳନ କରୁଛୁ। ହେଲେ ସରକାର ଜବାବରେ ଆମକୁ ମୁଥ ଆଉ ଗୋଇଠା ଦେଲେ।” କ୍ଷୋଭର ସହ ଏମିତି […]

122

122

Rakesh Mallick
  • Published: Tuesday, 20 March 2018
  • Updated: 20 March 2018, 12:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଦେହରେ ଖାକି ଅଛି ବୋଲି କମାଲ୍‌ ଦେଖାଇଲେ ପୋଲିସ ବାବୁ। କିଛି ମାନିଲେନି କି କିଛି ଶୁଣିଲେନି। ଯାଇଚ୍ଛା ତା ଗାଳିଦେଲେ ଆଉ ଏମିତି ଭାଷା କହିଲେ ଆମେ ମୁହଁରେ ଧରିପାରୁନୁ। ଆଇନ୍‌ଶୃଙ୍ଖଳା ସଜାଡୁଥିବା ବ୍ୟକ୍ତିଙ୍କ ଏମିତି ରୂପ ଦେଖି ଆମକୁ ଭାରି ବାଧିଛି। ପିଲାଙ୍କୁ ପାଠ ପଢାଇ ମଣିଷ କରୂଛୁ। ନିଜ ହକ୍‌ ପାଇଁ ଆନ୍ଦୋଳନ କରୁଛୁ। ହେଲେ ସରକାର ଜବାବରେ ଆମକୁ ମୁଥ ଆଉ ଗୋଇଠା ଦେଲେ।”

କ୍ଷୋଭର ସହ ଏମିତି କିଛି କଥା କହିଛନ୍ତି ଭୁବନେଶ୍ୱରରେ ଆନ୍ଦୋଳନରତ ଶିକ୍ଷକ। ମାଟ୍ରିକ ମୂଲ୍ୟାୟନକୁ ବିରୋଧ କରି ଆନ୍ଦୋଳନରତ ଶିକ୍ଷକ ସଂଘ ପକ୍ଷରୁ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ  ନିକଟରେ ବିରୋଧ କରାଯାଉଥିବା ବେଳେ ସାମ୍ନାରୁ ଲାଠିମାଡ଼ କରି ଶିକ୍ଷକଙ୍କୁ ଘଉଡ଼ାଇଥିଲା ପୋଲିସ୍। ମାଟ୍ରିକ ଖାତା ମୂଲ୍ୟାୟନକୁ ନେଇ ସାରା ରାଜ୍ୟରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜଧାନୀର କ୍ୟାପିଟାଲ ହାଇସ୍କୁଲରେ ହୋଇଥିବା ସେଣ୍ଟରରେ ପୋଲିସ ଆନ୍ଦୋଳରତ ଶିକ୍ଷକଙ୍କ ଉପରେ ଲାଠି ମାଡ଼ କରିଛି। ଏବଂ ଏପରି ସ୍ଥଲରେ କମିସନରେଟ୍‌ ପୋଲସର ଜଣେ ଜଣାଶୁଣା ବାବୁ ଶିକ୍ଷକଙ୍କୁ ମୁଥମାଡ଼ କରିଥିବା କ୍ୟାମେରାରେ କଏଦ ହୋଇଛି। କେବଳ ମୁଥ ମାଡ଼ ନୁହେଁ ଶିକ୍ଷକଙ୍କୁ ଅସଭ୍ୟ ଭାସାରେ  ବାବୁ ଜଣକ ଗାଳି ମଧ୍ୟ କରିଛନ୍ତି।

https://www.youtube.com/watch?v=Ffev06-Wnrw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos