ଯୁବତୀ ଅପହରଣ ମାମଲା: ଜେଲ୍‌ ଗଲେ ରଙ୍ଗିଲା ପୋଲିସ

ବଲାଙ୍ଗିର (ସସ୍ମିତା ସାହୁ): ଶେଷରେ ଶାନ୍ତିରେ ନିଶ୍ୱାସ ମାରିଛି ବଲାଙ୍ଗିର ପୋଲିସ୍‌। କାରଣ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଅପହରଣ ଅଭିଯୋଗରେ ଗିରଫ ହୋଇଥିବା ପୋଲିସ୍‌ ବିଭାଗର ନିଜ ଲୋକ ତଥା କନେଷ୍ଟବଳ ଥାନରୁ ଫେରାର ହୋଇଯାଇ ପୂରା ବିଭାଗକୁ ହରଡ଼ଘଣାରେ ପକାଇ ଦେଇଥିଲେ। ଏବେ ଏହି ରଙ୍ଗିଲା କନଷ୍ଟେବଳଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି ବଲାଙ୍ଗିର ପୋଲିସ୍‌। ରଙ୍ଗିଲା ବାବୁଙ୍କ ଜାମିନ ଆବେଦନ ନାକଚ ହୋଇଯିବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଅପହୃତ ଯୁବତୀ ଏଯାଏଁ […]

police_babu

police_babu

Rakesh Mallick
  • Published: Thursday, 15 March 2018
  • Updated: 15 March 2018, 08:54 PM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ): ଶେଷରେ ଶାନ୍ତିରେ ନିଶ୍ୱାସ ମାରିଛି ବଲାଙ୍ଗିର ପୋଲିସ୍‌। କାରଣ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଅପହରଣ ଅଭିଯୋଗରେ ଗିରଫ ହୋଇଥିବା ପୋଲିସ୍‌ ବିଭାଗର ନିଜ ଲୋକ ତଥା କନେଷ୍ଟବଳ ଥାନରୁ ଫେରାର ହୋଇଯାଇ ପୂରା ବିଭାଗକୁ ହରଡ଼ଘଣାରେ ପକାଇ ଦେଇଥିଲେ। ଏବେ ଏହି ରଙ୍ଗିଲା କନଷ୍ଟେବଳଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି ବଲାଙ୍ଗିର ପୋଲିସ୍‌। ରଙ୍ଗିଲା ବାବୁଙ୍କ ଜାମିନ ଆବେଦନ ନାକଚ ହୋଇଯିବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଅପହୃତ ଯୁବତୀ ଏଯାଏଁ ଉଦ୍ଧାର ହୋଇ ନଥିବାରୁ ଆଶା ଓ ଆଶଙ୍କାରେ ରହିଛନ୍ତି ସବୁ।

ଖବର ଅନୁସାରେ, ୨୦୧୬ ସେପ୍ଟେମ୍ବର ୧ ତାରିଖରେ ବଲାଙ୍ଗିର ସହର ଟିକ୍ରାପଡାରୁ ଦୁଇ ଭଉଣୀଙ୍କୁ ଉଦ୍ଧାର କରିଥିଲା ବଲାଙ୍ଗିର ଟାଉନ ଥାନା ପୋଲିସ। ଏମାନେ ଛତିଶଗଡର ବୋଲି ଜଣା ପଡିଥିଲା। ଦୁଇ ଭଉଣୀଙ୍କୁ ସାଲେପାଲିଠାରେ ସୁଧାର ଗୃହରେ ରଖିବା ପାଇଁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲା ଟାଉନ ପୋଲିସ। ସେବେଠାରୁ ଉଭୟ ସେଠାରେ ରହୁଥିଲେ। ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ (୨୦ ବର୍ଷ) ମାନସିକ ଭିନ୍ନକ୍ଷମ ଥିଲେ। ଗତ ୧୧ ତାରିଖରେ ଉକ୍ତ ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ କନଷ୍ଟେବଳ ଇନ୍ଦ୍ରମଣୀ ଯୁଏଡ  ଅପହରଣ କରିନେଇଥିଲେ। ଏହି ଘଟଣାରେ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା। ହେଲେ ଚତୁରତାର ସହ ପରିସ୍ରା ଯାଉଛି କହି ଯଦୁମଣୀ ଫେରାର ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ଶେଷରେ ପୋଲିସ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଏବେ ଅପହରଣ ସହ ଥାରୁ ଫେରାର ହୋଇଯିବା ଅଭିଯୋଗରେ ତାଙ୍କ ନାଁରେ ପୋଲିସ ଦୁଇଟି ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos