ନିର୍ଦ୍ଦୟ ବାପା; ଝିଅ ଅଝଟ ହେବାରୁ…

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ପାଳିତା କନ୍ୟାକୁ ଚେଙ୍କ ଦେଇଛି ବାପା। ବଡ଼ବଜାର ଥାନା ଅର୍ନ୍ତଗତ ଶ୍ରୀରାମନଗରରେ ଘଟିଛି ଏଭଳି ଘଟଣା। ଶିଶୁଟି ଅଝଟ ହେବାରୁ ବାପା ତତଲା ଖଡ଼ିକାରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଶିଶୁର ମୁହଁ  ଓ  ହାତରେ ଗଭୀର ଆଘାତ ଲାଗିଛି। ତାକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଚେଙ୍କ ଦେଇଥିବା ରୁନା ଗୌଡ଼କୁ ଅଟକ ରଖିଛି ପୋଲିସ।

Previous ArticleNext Article

Send this to a friend