ଆଇଆଇସିଙ୍କୁ ନିର୍ଧୂମ ଛେଚିଲେ

<p>କୋଣାର୍କ(ସଞ୍ଜୟ ପତି): ଥାନା ଆଇଆଇସିଙ୍କୁ ନିର୍ଧୂମ ପିଟିଲେ ଲୋକେ। ଏହି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ଥାନା ଅଞ୍ଚଳରେ। ଦହିଖିଆ ଗାଁରେ ଚୋରା ମଦ କାରବାର ସୂଚନା ପାଇ ପୋଲିସ&nbsp; ଚଢ଼ାଉ ପାଇଁ &nbsp;ଯାଇଥିଲା। ଏହି ସମୟରେ ଜଣେ ଯୁବକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ପୋଲିସ କେନ୍ଦ୍ରାପଟି ଗାଁକୁ ଯାଇ ସେଠାରେ ମଧ୍ୟ ଚୋରାମଦ ନେଇ ଚଢ଼ାଉ କରିଥିଲା। ତେବେ ଚଢ଼ାଉ ବେଳେ ଗାଁ ଲୋକେ ପୋଲିସକୁ ଦୁଇ ଘଣ୍ଟା ଅଟକ ରଖିଥିଲେ। ପୋଲିସ ସେଠାରୁ ଫେରୁଥିବା ବେଳେ ଦହିଖିଆ ଗାଁର ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡ଼ି ଅଟକାଇ ଆଇଆଇସିଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହାସହ ଟାୟାର ଜାଳି ଅସ୍ତରଂଗ-କାକଟପୁର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ।</p> <p>ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ୍&nbsp; ଫୋର୍ସ ପଠାଯାଇଥିଲା। ପରେ ବିଧାୟକଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏନେଇ କାକଟପୁର ଥାନାରେ ପୋଲିସ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।</p>

Ordigital Desk
  • Published: Thursday, 03 May 2018
  • Updated: 03 May 2018, 08:04 AM IST

Sports

Latest News

<p>କୋଣାର୍କ(ସଞ୍ଜୟ ପତି): ଥାନା ଆଇଆଇସିଙ୍କୁ ନିର୍ଧୂମ ପିଟିଲେ ଲୋକେ। ଏହି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ଥାନା ଅଞ୍ଚଳରେ। ଦହିଖିଆ ଗାଁରେ ଚୋରା ମଦ କାରବାର ସୂଚନା ପାଇ ପୋଲିସ&nbsp; ଚଢ଼ାଉ ପାଇଁ &nbsp;ଯାଇଥିଲା। ଏହି ସମୟରେ ଜଣେ ଯୁବକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ପୋଲିସ କେନ୍ଦ୍ରାପଟି ଗାଁକୁ ଯାଇ ସେଠାରେ ମଧ୍ୟ ଚୋରାମଦ ନେଇ ଚଢ଼ାଉ କରିଥିଲା। ତେବେ ଚଢ଼ାଉ ବେଳେ ଗାଁ ଲୋକେ ପୋଲିସକୁ ଦୁଇ ଘଣ୍ଟା ଅଟକ ରଖିଥିଲେ। ପୋଲିସ ସେଠାରୁ ଫେରୁଥିବା ବେଳେ ଦହିଖିଆ ଗାଁର ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡ଼ି ଅଟକାଇ ଆଇଆଇସିଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହାସହ ଟାୟାର ଜାଳି ଅସ୍ତରଂଗ-କାକଟପୁର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ।</p><p>ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ୍&nbsp; ଫୋର୍ସ ପଠାଯାଇଥିଲା। ପରେ ବିଧାୟକଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏନେଇ କାକଟପୁର ଥାନାରେ ପୋଲିସ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos