ସେବା ପାଇଁ ଦୁଇ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ପୋଲିସ ପଦକ ପ୍ରଦାନ କରାଯାଇଛି। ସେବା ପାଇଁ ଦୁଇ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଓ ୧୧ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉତ୍ତରାଞ୍ଚଳ ରେଞ୍ଜ ପୋଲିସ ଆଇଜି ସୁଶାନ୍ତ କୁମାର ନାଥ ଏବଂ କଟକ ପୋଲିସ ହେଡକ୍ୱାର୍ଟରରେ କାର୍ଯ୍ୟରତ ଏସ୍‌ପି ଦିଲ୍ଲିପ କୁମାର ଦାସଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ […]

police-medal-for-police-officer

police-medal-for-police-officer

Rakesh Mallick
  • Published: Tuesday, 15 August 2017
  • Updated: 15 August 2017, 09:41 PM IST

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ପୋଲିସ ପଦକ ପ୍ରଦାନ କରାଯାଇଛି। ସେବା ପାଇଁ ଦୁଇ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଓ ୧୧ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉତ୍ତରାଞ୍ଚଳ ରେଞ୍ଜ ପୋଲିସ ଆଇଜି ସୁଶାନ୍ତ କୁମାର ନାଥ ଏବଂ କଟକ ପୋଲିସ ହେଡକ୍ୱାର୍ଟରରେ କାର୍ଯ୍ୟରତ ଏସ୍‌ପି ଦିଲ୍ଲିପ କୁମାର ଦାସଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ପ୍ରଦାନ ପାଇଥିବା ଅଧିକାରୀମାନେ ହେଲେ ପୋଲିସ ଡିଆଇଜି ଏସ୍ ସାଇନି, ଏଏସପି ଭି.ରଘୁନାଥ ରାଓ, ଏସଡିପିଓ ଦିଲ୍ଲିପ କୁମାର ପୁରୋହିତ, ଦୁର୍ନୀତି ନିବାରଣ ବିଭାଗ ଡିଏସପି ବିଭୁଧେନ୍ଦୁ ସାହୁ, ପୋଲିସ ଇନ୍ସପେକ୍ଟର ସୂର୍ଯ୍ୟମଣୀ ପ୍ରଧାନ, ଗୀତାରାଣୀ ସେଠୀ, ପ୍ରମୋଦ କୁମାର ସାହୁ, ଏସଆଇ ଦଳବନ୍ଧୁ ପ୍ରଧାନ, ଏଏସଆଇ ସୁବାସ ଚନ୍ଦ୍ର ମିଶ୍ର, ହାବିଲଦାର ମୋହନ ଚନ୍ଦ୍ର ମଲ୍ଲିକ ଏବଂ କନଷ୍ଟେବଳ ରାମେଶ୍ୱର ନାୟକ। ଏମାନଙ୍କୁ ଆଜି ପୋଲିସ ପଦକ ପ୍ରଦାନ କରାଯାଇଛି। ଏହି ସମାରୋହରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଉପସ୍ଥିତ ଥିଲେ।

ଅଗ୍ନିଶମ ବିଭାଗର ବିଶିଷ୍ଟ ସେବାପାଇଁ ୪ ଜଣ, ଉଲ୍ଲେଖନୀୟ ସେବାପାଇଁ ୫ ଜଣଙ୍କୁ ମେଡାଲ ପ୍ରଦାନ କରାଯାଇଛି। ଗୃହ ରକ୍ଷୀ ଓ ସିଭିଲ ଡିଫେନ୍ସ ବିଭାଗର ୩ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ଦିଆଯାଇଛି। ଲାଲ ମୋହନ ମହାନ୍ତୋଙ୍କୁ ଜୀବନ ରକ୍ଷା ପୁରସ୍କାର ଦିଆଯାଇଛି ଖରସ୍ରୋତା ନଦୀରେ ୩ ଜନ ବୁଡି ଯାଉଥିବା ବେଳେ ସେମାନଙ୍କୁ ରକ୍ଷା କରିଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos