ବଦଳିଲେ ପାପେରମେଟଲା ଥାନାଅଧିକାରୀ: ଗୁଣ୍ଡାଗର୍ଦ୍ଦି କରୁଥିବା ନେଇ ଅଭିଯୋଗ ହୋଇଥିଲା

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ପାପେରମେଟଲା ଥାନାଅଧିକାରୀ ସୁନୀଲ ସ୍ୱାଇଁଙ୍କୁ ବଦଳି କରାଯାଇଛି। ତାଙ୍କ ନାଁରେ ଗୁଣ୍ଡାଗର୍ଦ୍ଦି ଅଭିଯୋଗ କରି ବିଚ୍ଛିନାଞ୍ଚଳବାସୀଙ୍କ ଆନ୍ଦୋଳନ ପରେ ତାଙ୍କୁ ବଦଳି କରାଯାଇଛି।

ସୁନୀଲଙ୍କ ନିର୍ଯାତନା ପ୍ରତିବାଦରେ ଗତକାଲି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳବାସୀ ଧାରଣା ଦେଇ ରାସ୍ତା ଅବରୋଧ କରିବା ସହ ପାପେରମେଟଲା ଥାନା ଘେରାଉ କରିଥିଲେ।

ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଲୋକଙ୍କୁ ଧମକଚମକ ଦେବା, ଗୁଣ୍ଡାରାଜ କରିବା, ଜବତ ଗଞ୍ଜେଇକୁ ବିକିବା ପାଇଁ ଗାଁ ଲୋକଙ୍କୁ ବାଧ୍ୟ କରିବା, ଗାଁକୁ ଆସୁଥିବା କୁଣିଆକୁ ଗଞ୍ଜେଇ ବେପାରୀ କହି ଥାନାକୁ ନେବା, ଲାଞ୍ଚ ନେଇ ଛାଡ଼ିବା ଏବଂ ଦାଦାବଟି ଆଦାୟ ଭଳି ସଂଗୀନ ଅଭିଯୋଗ ଆଣିଥିଲେ ଗାଁ ଲୋକେ। ତାଙ୍କୁ ତୁରନ୍ତ ବଦଳି କରିବାକୁ ଲୋକେ ଦାବି କରିଥିଲେ।

Previous ArticleNext Article

Send this to a friend