ସାଙ୍ଘାତିକ ହେବାରେ ଲାଗିଛି ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ !
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରେ ସାଙ୍ଘାତିକ ଭାବେ ବଢୁଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ।  ବିଧାୟକଙ୍କ ପ୍ରତି ବଢୁଥିବା ଅସନ୍ତୋଷ ଓ ଦଳ ଭିତରୁ ଏମ୍ଏଲ୍ଏଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ସାମ୍ନାକୁ ଆସୁଥିବା ଟିକେଟ୍ ଆଶାୟୀଙ୍କ ପାଇଁ ଏହି ବିବାଦ ତେଜୁଥିବା କୁହାଯାଉଛି। ଏହାସହ କିଛି ରାଜ୍ୟସ୍ତରୀୟ ନେତାଙ୍କ ମାମଲାତି ବି ସ୍ଥିତି ବିଗାଡୁଛି। ଯେଉଁଥିପାଇଁ ଦଳୀୟ କାର୍ଯ୍ୟକ୍ରମ ହେଉ କି ସରକାରୀ କାର୍ଯ୍ୟକ୍ରମ, ଖୋଲାଖୋଲି ଭାବେ ସାମ୍ନାକୁ ଆସୁଛି ମାରପିଟ୍, ଗଣ୍ଡଗୋଳ ଭଳି ଘଟଣା। ଯାହାକୁ ନେଇ ବିଜେଡି ସୁପ୍ରିମୋ ଚିନ୍ତାରେ ଥିବା ଚର୍ଚ୍ଚା ହେଉଛି।
ଭଦ୍ରକର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଧାୟକ ଓ ବ୍ଲକ ସଭାପତିଙ୍କ ମଧ୍ୟରେ ଦେଖା ଦେଇଛି ବିବାଦ। ଗୋଟିଏ ପଟେ ବିଧାୟକ ବ୍ୟୋମକେଶ ରାୟ, ବ୍ଲକ ସଭାପତି ପ୍ରତାପ ଧଳଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ୩୬ଟି ପଞ୍ଚାୟତର ସମିତିସଭ୍ୟ, ସରପଞ୍ଚଙ୍କୁ ନେଇ ଚଳାଇଛନ୍ତି ବୈଠକ। ଅନ୍ୟପକ୍ଷରେ ବିଜେଡି ବ୍ଲକ କାର୍ଯ୍ୟାଳୟରେ ବ୍ଲକ ସଭାପତି ପ୍ରତାପ ଧଳ ବି ତାଙ୍କ ସମର୍ଥକଙ୍କୁ ନେଇ ବୈଠକ ଚଳାଇଛନ୍ତି। ତେବେ ଏ ବିବାଦ ଆଜି ନୁହେଁ। ପଞ୍ଚାୟତ ନିର୍ବାଚନ ସମୟରୁ, ଚାନ୍ଦବାଲି ବ୍ଲକ ଅଧ୍ୟକ୍ଷ ପଦକୁ ନେଇ ବିଧାୟକ ଓ ବ୍ଲକ ସଭାପତି ମଧ୍ୟରେ ଲାଗି ରହିଛି ଏମିତି ଟଣାଓଟରା।ଏ ସମ୍ପର୍କରେ ପଚରାଯିବାରେ ବ୍ୟୋମକେଶ କିଛି ପ୍ରତିକ୍ରିୟା ନଦେଇ ଏଡ଼ାଇ ଯାଇଥିଲେ।
କେବଳ ଏହି ଦୁଇଟି ଅଞ୍ଚଳ ନୁହେଁ, ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଏମିତି ସ୍ଥିତି। ମହାନଦୀ ସୁରକ୍ଷା ଅଭିଯାନ ବେଳେ ଦଶପଲ୍ଲାରେ ମଧ୍ୟ ହାତାହାତି ହୋଇଥିଲେ ବିଧାୟକ ସମର୍ଥକ ଓ ବିରୋଧୀ। ଏହାସହ କିଛି ରାଜ୍ୟସ୍ତରୀୟ ନେତାଙ୍କ ମାତ୍ରାଧିକ ମାମଲାତି ଯୋଗୁଁ ବିଶୃଙ୍ଖଳା ବଢୁଥିବା ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ଅଡ଼ୁଆରେ ପଡୁଛି ବିଜେଡି।
୧୮ ବର୍ଷ ଭିତରେ ବିଜେଡି ଯାହା ସାମ୍ନା କରି ନଥିଲା ଏବେ ସେସବୁ ସମସ୍ୟା ଦଳ ଆଗରେ ଉଭା ହେବାରେ ଲାଗିଛି। ନିର୍ବାଚନ ଠିକ୍ ପୂର୍ବରୁ ଘର କଳି ବଢ଼ିବା ବିଜେଡି ମୁଖିଆଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
Ordigital Desk
• Published: Friday, 08 June 2018
• Updated: 08 June 2018, 09:51 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos