ବିଜେଡି ପାଇଁ ବୁମେରାଂ ହେବ କି କଂଗ୍ରେସ ନେତାଙ୍କ  ଯୋଗଦାନ ?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିଜେଡି ପାଇଁ ବୁମେରାଂ ହେବ କି କଂଗ୍ରେସ ନେତାଙ୍କ ଦଳରେ ଯୋଗଦାନ ? କଂଗ୍ରେସରୁ ଜଣେ ପରେ ଜଣେ ନେତା ଶଂଖ ଦଳରେ ମିଶିବା ପ୍ରକ୍ରିୟା ଜାରି ରହିଥିବା ବେଳେ ଏଭଳି ଆଶଙ୍କା ପ୍ରକାଶ ପାଇଛି । ଏହା ଏବେ ନ ହେଲେ ବି ଆଗକୁ ଦଳରେ ଅସନ୍ତୋଷ ବଢାଇବ ବୋଲି ଚର୍ଚ୍ଚା ହେଉଛି ।

ବିଜେଡି ଶିବିରରେ ଏବେ କଂଗ୍ରେସ ନେତାଙ୍କ ଧାଡି ଲମ୍ବିଛି। ଗଞ୍ଜାମରେ କଂଗ୍ରେସର ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା ଓ ଭାଗବାନ ଗନ୍ତାୟତଙ୍କ ପରେ ଏବେ ଲାଇନରେ ଅଛନ୍ତି ଦଳର ଆହୁରି ଅନେକ ହେଭିୱେଟ୍ । ଯେଉଁମାନେ ଏହି ତାଲିକାରେ ଥିବା ଚର୍ଚ୍ଚା ହେଉଛି ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ପୂର୍ବତନ ପିସିସି ସଭାପତି ଜୟେଦେବ ଜେନା ଓ ତାଙ୍କ ପୁଅ ସଂଗ୍ରାମ ଜେନା, ଅନନ୍ତ ସେଠୀ, ସନ୍ତୋଷ ସିଂ ସାଲୁଜା, ଗଣେଶ୍ୱର ବେହେରାଙ୍କ ଭଳି ପୁରୁଖା କଂଗ୍ରେସ ନେତା । ପିସିସି ଓ ବିଧାୟକ ଦଳ ମଧ୍ୟରେ ବିବାଦ ତୀବ୍ର ହେଉଥିବା ଦୃଷ୍ଟିରୁ କିଛି ବିଧାୟକ ମଧ୍ୟ ହାତ ଛାଡି ଶଙ୍ଖ ଧରିବା ଯୋଜନାରେ ଅଛନ୍ତି। ଆଜି ଚିଲିକାର କଂଗ୍ରେସ ନେତା ମାନସ ମଙ୍ଗରାଜ ବିଜେଡିରେ ସାମିଲ ହୋଇଥିବା ବେଳେ, ସିମୂଳିଆରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନା ପଣ୍ଡା ମଧ୍ୟ କଂଗ୍ରେସ ଛାଡିଛନ୍ତି।

ଗଂଜାମରେ କଂଗ୍ରେସ ଚ୍ୟାର କ୍ଲୋଜ୍ କରିବା ପରେ ଅନ୍ୟ କେଉଁ ଜିଲ୍ଲାର କେଉଁ କଂଗ୍ରେସ ନେତା ଦଳ ପାଇଁ ଉପଯୋଗୀ ହେବେ ସେମାନଙ୍କ ଉପରେ ବିଜେଡି ନଜର ରଖିଛି । ତେବେ ବିଜେଡିର ଏହି ଷ୍ଟ୍ରାଟେଜି ଆଗକୁ ଦଳ ପାଇଁ ବୁମେରାଂ ହେବ ନାହିଁତ ? ଏଭଳି ପ୍ରଶ୍ନ ମଧ୍ୟ ଉଠୁଛି। କାରଣ ଏତେ ସଂଖ୍ୟକ କଂଗ୍ରେସ ନେତା ବିଜେଡିକୁ ଆସିଲେ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ବିଜେଡି ନେତାଙ୍କ ଭବିଷ୍ୟତ କଣ ହେବ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ନବୀନ ନିଜ ନେତାଙ୍କୁ ଟିକଟ ଦେବେ ନା କଂଗ୍ରେସରୁ ଆସିଥିବା ନେତାଙ୍କୁ ପ୍ରାର୍ଥୀ କରିବେ ? ଏହାଦ୍ୱାରା ପୁଞ୍ଜିଭୁତ ଅସନ୍ତୋଷ ବିସ୍ଫୋରଣ ହେବ ନାହିଁ ତ ? କାରଣ ଚେନ୍ଦ୍ରଶେଖର ଓ ବିକ୍ରମ ବିଜେଡିରେ ମିଶିବା ପରେ ଏବେ ସିଦ୍ଧାନ୍ତ ଓ ରମେଶ ଚ୍ୟାଉ ପଟ୍ଟନାୟକଙ୍କ ଭାଗ୍ୟ ସୂତା ଖିଅରେ ଝୁଲୁଛି । ଠିକ୍ ସେମିତି ମାନସ ଦଳକୁ ଆସିବା ପରେ ଚିଲିକାର ପୂର୍ବଚନ ବିଧାୟକ ରଘୁନାଥ ସାହୁଙ୍କ ଭାଗ୍ୟ ବି ଅନିଶ୍ଚିତତା ଘେରରେ।

Ordigital Desk
• Published: Sunday, 08 April 2018
• Updated: 08 April 2018, 08:07 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos