‘ଛତିଶଗଡ଼ ପାଇଁ ମହାନଦୀ ଶୁଖିଯିବ ହେଲେ ଆମେ ଖର ଖର ହୋଇ ବହୁଥିବୁ’

ଭୁବନେଶ୍ୱର(ଓଡିଶା ରିପୋର୍ଟର): ‘ତେମେ ମହାନଦୀ ପାଣି, ଆଉ ଆମେ ହଉଛୁ ଖରସ୍ରୋତା ନଈ।  ଛତିଶଗଡ଼ ପାଇଁ ତମେ ଶୁଖିଯିବ ହେଲେ ଆମେ ଖର ଖର ହେଇ ବହୁଥିବୁ ଯେ ବହୁଥିବୁ।’ କଥାଟା ବୁଝି ପାରୁଛନ୍ତି ତ ! ଏ ହେଉଛି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତବ୍ୟ। କଥାଟି ଶୁଣି ଆମର ଆଜି ଓଡିଆ ଢଗଟିଏ ମନେ ପଡୁଛି। କଥାରେ କହନ୍ତିନି- ‘କଥା କହୁଥାଇ କୋଉ ରସରେ, ମତେ ଲାଗୁଥାଏ ପରିହାସରେ’। ବାସ୍ତବରେ ଏହି ଢଗଟି ମହାରଥୀଙ୍କ ପାଇଁ […]

dharam ji

dharam ji

Rakesh Mallick
  • Published: Tuesday, 08 May 2018
  • Updated: 08 May 2018, 10:31 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ‘ତେମେ ମହାନଦୀ ପାଣି, ଆଉ ଆମେ ହଉଛୁ ଖରସ୍ରୋତା ନଈ।  ଛତିଶଗଡ଼ ପାଇଁ ତମେ ଶୁଖିଯିବ ହେଲେ ଆମେ ଖର ଖର ହେଇ ବହୁଥିବୁ ଯେ ବହୁଥିବୁ।’

କଥାଟା ବୁଝି ପାରୁଛନ୍ତି ତ ! ଏ ହେଉଛି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତବ୍ୟ। କଥାଟି ଶୁଣି ଆମର ଆଜି ଓଡିଆ ଢଗଟିଏ ମନେ ପଡୁଛି। କଥାରେ କହନ୍ତିନି- ‘କଥା କହୁଥାଇ କୋଉ ରସରେ, ମତେ ଲାଗୁଥାଏ ପରିହାସରେ’। ବାସ୍ତବରେ ଏହି ଢଗଟି ମହାରଥୀଙ୍କ ପାଇଁ ଏକଦମ୍‌ ପ୍ରଯୁଜ୍ୟ। ଆପଣବି କଥାଟିକୁ ଜମାରୁ ବି ପରିହାସରେ ନିଅନ୍ତୁନି। ଏ କଥାଟି ବଡ଼ ରସାଳ। ମହାରଥୀଙ୍କ ଚାଲି ଆଉ ଠାଣି ଭଳି ଏ କଥାଟା ବି ପୁରା ନିଆରା। ଆପଣ ଭାବୁଥିବେ ଏ କଥାଟାରେ ଏମିତି କି ରସ ଅଛି ଯେ, ନିଆରା?

ଆଜ୍ଞା ହଁ, କଥାଟା ପୁରାପୁରି ନିଆରା। କାରଣ କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିଁ ତାଚ୍ଛଲ୍ୟ କରି ମହାରଥୀ ମହାନଦୀ ବୋଲି ସମ୍ୱୋଧିଛନ୍ତି। ବିଜେପି ଦଳିଆଙ୍କ ଦଳ ପ୍ରୀତି ପାଇଁ ମହାନଦୀ ଝଗଡ଼ା ଚରମ ସୀମାକୁ ଗଲାଣି। ଛଡିଶଗଡ଼, ଓଡିଶା ମହାନଦୀ ପାଇଁ ଏବେ ଶତ୍ରୁ ପାଲଟି ଗଲେଣି। ଆଉ ଏଇ କଥା ମନକୁ ପରତେ ଗଲାନି ବୋଲି ମହାରଥୀ ଯାତ୍ରା ଡାଇଲଗ୍‌ ମାର୍କା ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି।

ଗ୍ରାମୀଣ ଦକ୍ଷତା ବିକାଶରେ ଓଡ଼ିଶା ପ୍ରଥମ ପୁରସ୍କାର ପାଇଥିବାରୁ ଏହି ପ୍ରସଙ୍ଗରେ ପ୍ରେସ୍‌ମିଟ୍ ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ରଙ୍କୁ ଏଇଭଳି ଢଙ୍ଗରେ କଟାକ୍ଷ କରିଛନ୍ତି ମହାରଥୀ। କିଛିଦିନ ପୂର୍ବରୁ ବିଜେପୁର ନିର୍ବାଚନ ପରେ ଧର୍ମେନ୍ଦ୍ର ଭାଇଙ୍କୁ ଦେଖୁ ନାହିଁ ବୋଲି କହିଥିଲେ ମହାରଥୀ । ତେବେ ମହାରଥୀଙ୍କ ଏଭଳି କଟାକ୍ଷର ଜବାବରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, ‘ସେ ଜଣେ ନାଟୁଆ। କେତେବେଳେ କଣ କହନ୍ତି ନିଜେ ଜାଣନ୍ତିନି।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos