ବିଛିନ୍ନାଞ୍ଚଳରେ କେମିତି ହୁଏ ମାଓବାଦୀଙ୍କ ପ୍ରଜାମେଳି, ଦେଖନ୍ତୁ ଏକ୍ସକ୍ଲୁସିଭ ଭିଡିଓ

ମାଲକାନଗିରି(ଓଡ଼ିଶା ରିପୋର୍ଟର) : ମାଲକାନଗିରି ବିଛିନ୍ନାଞ୍ଚଳ ସୀମାନ୍ତରେ ମାଓବାଦୀଙ୍କ ପ୍ରଜାମେଳି। ମାଓ ସଂଗଠନର କୋରକୁଣ୍ଡା ଦଲମ୍ ଘଞ୍ଚଜଙ୍ଗଲ ଭିତରେ ୩ହଜାର ପୁରୁଷ ଏବଂ ମହିଳାଙ୍କୁ ନେଇ ପ୍ରଜାମେଳି କରିବା ସହ ସରକାର ବିରୋଧୀ ଆହ୍ୱାନ ଦେଇଛି । ତା’ସହ ମାଓ ସଂଗଠନକୁ ସମର୍ଥନ କରିବା ସହ ଯୁବବର୍ଗଙ୍କୁ ସାମିଲ ପାଇଁ ଆହ୍ୱାନ ଦେଇଛି ଟପ୍ ମାଓନେତା ଓରା ନାଗେଶ୍ୱର ରାଓ।  ସେପଟେ ପୋଲିସ କହିଛି, ଏହାଦ୍ୱାରା କୌଣସି ପ୍ରଭାବ ପଡ଼ିବନି, ମାଓ ଦମନ ଅପରେସନକୁ ଜୋରଦାର କରାଯିବ ।  ଚାରିଆଡ଼େ ଘଞ୍ଚ ଜଙ୍ଗଲ।  ତାହାରି ଭିତରେ ଚାଲିଥିଲା ପ୍ରଜାମେଳି।  ଲାଲଗଡ଼କୁ ସୁଦୃଢ଼ କରିବା ପାଇଁ କମ୍ରେଡ୍ ଦେଉଥିଲେ ଆହ୍ୱାନ। ଦେଖନ୍ତୁ ଏହି ଚିତ୍ରକୁ। କିଏ ସାଧା ପୋଷାକରେ ତ’ ଆଉ କିଏ ଅସ୍ତ୍ରଶସ୍ତ୍ର ସହ ସଜ୍ଜିତ ହୋଇ ପୋଲିସ ବିରୋଧୀ ଆହ୍ୱାନ ଦେଉଥିଲେ। ମାଲକାନଗିରି ବିଛିନ୍ନାଞ୍ଚଳ ସୀମାନ୍ତ ଆନ୍ଧ୍ରପ୍ରଦେଶର ଚେରୁବେରୁ ଜଙ୍ଗଲରେ ହୋଇଥିବା ପ୍ରଜାମେଳିରେ ସାମିଲ ହୋଇଥିଲେ ୩ହଜାରରୁ ଅଧିକ ମହିଳା  ଓ ପୁରୁଷ।

ଯାହାର ନେତୃତ୍ତ୍ୱ ନେଇଛି ମାଓନେତା ଓରା ନାଗେଶ୍ୱର ରାଓ।  ପୋଲିସ କ୍ୟାମ୍ପ ଏବଂ ମାଓ ବିରୋଧୀ ଅପରେସନକୁ ବିରୋଧ କରିବା ସହ ପାନୀୟ ଜଳ, ବିଜୁଳି ଏବଂ ଗମନାଗମନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ତା’ସହ ମାଓ ସଂଗଠନରେ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏହି ପ୍ରଜାମେଳି ହୋଇଥିବା ସୂଚନା ମିଳିଛି।  ତେବେ ପୋଲିସ କହିଛି, ଏଭଳି ପ୍ରଜାମେଳି ସାଧାରଣ ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇବନି।  ମାଓ ଅପରେସନକୁ ଜୋରଦାର କରାଯିବ।

ତେବେ କାହିଁକି ଏଭଳି ପ୍ରଜାମେଳି କରୁଛି ଲାଲବାହିନୀ ? କୁହାଯାଉଛି, ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଲାଲଗଡ଼ ଭୁଶୁଡ଼ିବାରେ ଲାଗିଲାଣି । ବିମୁଦ୍ରାକରଣ ପରଠୁ ମାଓ ସଂଗଠନ ଗୁଡ଼ିକର ଆର୍ଥିକ ସ୍ଥିତି ବିଗିଡ଼ିଯାଇଛି । ନୀରିହ ଆଦିବାସୀଙ୍କୁ ହତ୍ୟା ସହ ନୀତି ଆଉ ଆଦର୍ଶଠାରୁ ଦୂରେଇ ଯିବା ପରେ ମାଓ ସଂଗଠନ ଗୁଡ଼ିକ ଉପରୁ ସ୍ଥାନୀୟ ଜନସମର୍ଥନ ମଧ୍ୟ ହ୍ରାସ ପାଉଛି । ତେଣୁ ପ୍ରଜାମେଳି ଜରିଆରେ ଲୋକଙ୍କୁ ଏକାଠି କରି ସମର୍ଥନ ଜୁଟାଇବା ସହ ମାଓ ସଂଗଠନକୁ ମଜଭୁତ କରିବା ପାଇଁ ସ୍ଥାନୀୟ ଯୁବକଙ୍କୁ ସାମିଲ ପାଇଁ ଆହ୍ୱାନ ଦିଆଯାଉଛି। ଏବେ ଦେଖିବାର କଥା, ଏଭଳି ପ୍ରଜାମେଳି କରି ଲାଲବାହିନୀ କେତେ ଜନସମର୍ଥନ ପାଉଛି ଏବଂ ପୋଲିସ ମାଓବାଦୀଙ୍କ ଏଭଳି ଯୋଜନାକୁ କେମିତି ପଣ୍ଡ କରୁଛି ?

Ordigital Desk
• Published: Saturday, 17 March 2018
• Updated: 17 March 2018, 10:46 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos