ଚଲି ଚାଲି ପହଞ୍ଚିଲେ ଡାକ୍ତର, ଘଞ୍ଚ ଜଙ୍ଗଲରେ କରାଇଲେ ପ୍ରସବ

କନ୍ଧମାଳ (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥମୁନି ଜନନୀ ଯନ୍ତ୍ରଣା। ମାନେ ହୁଏତ ଆପଣ ବୁଝିପାରୁ ନ ଥିବେ, କିନ୍ତୁ ବାସ୍ତବରେ ସମ୍ପ୍ରତି ଆମ ରାଜ୍ୟରେ ଗର୍ଭବତୀମାନେ ଯେ, ଅନେକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି ତାହା ନିଃସନ୍ଦେହରେ କୁହାଯାଇପାରେ। ପ୍ରସବ ପାଇଁ ଠିକଣା ସମୟରେ ଡାକ୍ତରଖାନାରେ ପହଞ୍ଚି ନପାରି ଅନେକ ସମୟରେ ପ୍ରସୂତିଙ୍କ ମୃତ୍ୟୁ ଘଟୁଛି ତ କେତେବେଳେ ଗମନାଗମନ ଅସୁବିଧା ଯୋଗୁଁ ମହିଳାଟିଏ ରାସ୍ତାରେ ପ୍ରସବ କରୁଛି। ଗତକାଲି ଏପରି ଏକ ଘଟଣା କନ୍ଧମାଳ ଜିଲ୍ଲା […]

pregnet women delevey in jungle

pregnet women delevey in jungle

Rakesh Mallick
  • Published: Tuesday, 27 March 2018
  • Updated: 27 March 2018, 04:12 PM IST

କନ୍ଧମାଳ (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥମୁନି ଜନନୀ ଯନ୍ତ୍ରଣା। ମାନେ ହୁଏତ ଆପଣ ବୁଝିପାରୁ ନ ଥିବେ, କିନ୍ତୁ ବାସ୍ତବରେ ସମ୍ପ୍ରତି ଆମ ରାଜ୍ୟରେ ଗର୍ଭବତୀମାନେ ଯେ, ଅନେକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି ତାହା ନିଃସନ୍ଦେହରେ କୁହାଯାଇପାରେ। ପ୍ରସବ ପାଇଁ ଠିକଣା ସମୟରେ ଡାକ୍ତରଖାନାରେ ପହଞ୍ଚି ନପାରି ଅନେକ ସମୟରେ ପ୍ରସୂତିଙ୍କ ମୃତ୍ୟୁ ଘଟୁଛି ତ କେତେବେଳେ ଗମନାଗମନ ଅସୁବିଧା ଯୋଗୁଁ ମହିଳାଟିଏ ରାସ୍ତାରେ ପ୍ରସବ କରୁଛି। ଗତକାଲି ଏପରି ଏକ ଘଟଣା କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ପଲମ ଜଙ୍ଗଲରେ ଘଟିଛି। ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ଜଙ୍ଗଲ ଭିତରେ ପ୍ରସବ କରାଇଛନ୍ତି ଡାକ୍ତର ଯଜ୍ଞଦତ୍ତ ରଥ।

ଗତକାଲି ପଲମ ଗାଁର ସାନାବାଡ଼ୁ ନାମକ ଜଣେ ଗର୍ଭବତୀ ଯନ୍ତ୍ରଣାରେ ଛଟ ପଟ ହେଲେ। ସ୍ୱାମୀଙ୍କ ସହିତ ଚଲାଇ ଚଲାଇ ଡାକ୍ତରଖାନା ଯାଉଥିଲେ। ମାତ୍ର ଯନ୍ତ୍ରଣା ଅସହ୍ୟ ହେବାରୁ ରାସ୍ତା ଉପରେ ପ୍ରସବ କରିଥିଲେ। ଏ ସମ୍ପର୍କରେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଯଜ୍ଞ ଦତ୍ତ ଜାଣିପାରି ଜଙ୍ଗଲ ଭିତରକୁ ଯାଇ ପ୍ରସୂତୀଙ୍କୁ ପ୍ରସବ କରାଇଥିଲେ। ପରେ ଉଭୟ ମାଆ ଓ ଛୁଆଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଏବେ ଉଭୟ ମାଆ ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos