ପୁରୀ ସହରରେ ପ୍ରି-ପେଡ୍ ଅଟୋ ଓ ଟ୍ୟାକ୍ସି ସେବା ଆରମ୍ଭ

auto

ପୁରୀ: ପୁରୀ ସହରରେ ଆରମ୍ଭ ହୋଇଛି ପ୍ରି-ପେଡ୍ ଅଟୋ ଓ ଟ୍ୟାକ୍ସି ସେବା।  ସହରର ୪ଟି ସ୍ଥାନରେ ପ୍ରିପେଡ୍ ଷ୍ଟାଣ୍ଡ୍ ନିର୍ମାଣ ପାଇଁ ଯୋଜନା ଥିବାବେଳେ ଗତକାଲି ପ୍ରଥମ ପର୍ଯ୍ୟାୟରେ ପୁରୀ ରେଳ ଷ୍ଟେସନରୁ ଏହି ଯୋଜନା ଆରମ୍ଭ ହୋଇଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ  ମହେଶ୍ୱର ମହାନ୍ତି, ଏସ୍.ପି ଡାକ୍ତର ସାର୍ଥକ ଷଡଙ୍ଗୀ, ପିଡି ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ, ଡେପୁଟି କମାଣ୍ଡାଣ୍ଟ୍, ପର୍ଯ୍ୟଟନ ଅଧିକାରୀ ପ୍ରମୁଖ ଯୋଗଦେଇଥିଲ।  ଜିଲ୍ଲା ପ୍ରଶାସନ, ପୋଲିସ ଓ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ପ୍ରିପେଡ୍ ସେବାରେ ପ୍ରାଥମିକ ଭାବେ ୪୦ଟି ରୁଟ୍‌ରେ ଅଟୋ ଓ ଟ୍ୟାକ୍ସି ଚାଲିବ ଓ ୫୩୫ଟି ଅଟୋଙ୍କୁ ସ୍ୱୀକୃତି ଦିଆଯିବ।

ଯାତ୍ରୀମାନେ ରୁଟ୍ ଅନୁସାରେ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ଭଡ଼ା ଜମା କରି ୨ଟି ରସିଦ ନେବେ ଏବଂ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ସେଥିରୁ ଗୋଟିଏ ରସିଦ ଗାଡ଼ି ଚାଳକଙ୍କୁ ଦେବେ।

Previous ArticleNext Article

Send this to a friend