ସୁରକ୍ଷା ବଳୟ ଭିତରେ ରାଜଧାନୀ; ମୁତୟନ ହେବେ ୧୦୦ ପ୍ଲାଟୁନ୍‌ ଫୋର୍ସ

bjp-police-carged

ଭୁବନେଶ୍ୱର: ଆସନ୍ତାକାଲି ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦେବାକୁ ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିମାନବନ୍ଦରରୁ ଜନତା ମଇଦାନ, ରାଜଭବନ ଓ ଲିଙ୍ଗରାଜ ମନ୍ଦିର ସବୁଠି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଜି ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ଅଭ୍ୟାସ ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ୫ଟି ସେକ୍ଟରରେ ବିଭକ୍ତ କରାଯାଇଛି। ୪ ଜଣ ଆଇଜି ପାହ୍ୟାର ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। ଆସନ୍ତାକାଲି ଅପରାହ୍ନରେ ସାଢ଼ ତିନିଟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ। ଏହାର ଘଣ୍ଟାକ ପୂର୍ବରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଯିବ। ବିମାନ ବନ୍ଦରରୁ ପ୍ରଧାନମନ୍ତ୍ରୀ ପ୍ରଥମେ ରାଜ ଭବନ ଯିବେ। ସେଠାରେ କିଛି ସମୟ ରହଣୀ ପରେ ସେ ସଭାସ୍ଥଳ ଜନତା ମଇଦାନକୁ ଯିବେ। ରାସ୍ତାରେ ମୋଦିଙ୍କୁ ଦୁଇଟି ସ୍ଥାନରେ ବିଜେପି କର୍ମୀଙ୍କ ପକ୍ଷରୁ ସମ୍ୱର୍ଦ୍ଧନା ଦିଆଯିବ। କାର୍ଯ୍ୟକାରିଣୀରେ ଯୋଗଦେଇ ମୋଦି ରାଜ ଭବନକୁ ଫେରି ଆସିବେ। ତା’ପର ଦିନ ଅର୍ଥାତ ୧୬ ତାରିଖ ସକାଳ ୮ଟା ମୋଦି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ। ଏହାର ୧୦ ମିନିଟ୍‌ ପୂର୍ବରୁ ସାଧାରଣ ଦର୍ଶନ ବନ୍ଦ ରହିବ। ମୋଦି ପ୍ରାୟ ୧୦ ମିନିଟ୍‌ ଧରି ମନ୍ଦିରରେ ରହିବେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଲାଗି ମୋଟ ୧୦୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିଛନ୍ତି।

କାର୍ଯ୍ୟକାରିଣୀରେ ଯୋଗଦେବାକୁ ଆସୁଥିବା ଅନ୍ୟ ବିଜେପି ନେତାଙ୍କ ପାଇଁ ବିଭିନ୍ନ ହୋଟେଲରେ ବ୍ୟବସ୍ଥା କରାଯାଇଛି। ପୁରୁଖା ନେତା ଲାଲକୃଷ୍ଣ ଆଡଭାନି, ଅରୁଣ ଜେଟଲୀଙ୍କ ସମେତ କିଛି ନେତା ଓ ମନ୍ତ୍ରୀ ହୋଟେଲ ମେଁ ଫେୟାରରେ ରହିବେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ କେତେକ ମୁଖ୍ୟମନ୍ତ୍ରୀ ହୋଟେଲ ଟ୍ରାଇଡେଣ୍ଡରେ ରହିବେ। ସେହିପରି ଅନ୍ୟ ନେତା ଓ ମନ୍ତ୍ରୀ ହୋଟେଲ ସାଣ୍ଡି ଟାୱାରରେ ରହିବେ। ଏଥିପାଇଁ ହୋଟେଲ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Previous ArticleNext Article

Send this to a friend