ଜେଲରେ ସାବିତ୍ରୀ ବ୍ରତ; ଶିବ ମନ୍ଦିରରେ କଲେ ପୂଜାର୍ଚ୍ଚନା

କଟକ(ନୀଳକଣ୍ଠ ଦୋରା): ଚୈାଦ୍ୱାର ଜେଲରେ ଆଜି  ବିବାହିତ ମହିଳା କଏଦୀମାନେ ସାବିତ୍ରୀ ବ୍ରତ ପାଳିଛନ୍ତି। ଚୌଦ୍ୱାର ସର୍କଲ ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଜେଲ୍ ପରିସରରେ ଥିବା ଶିବ ମନ୍ଦିରରେ ପ୍ରାୟ ୧୮ଜଣ ମହିଳା ଅନ୍ତେବାସୀ ପୂଜାର୍ଚ୍ଚନା କରି ସ୍ୱାମୀମାନଙ୍କ ଦୀର୍ଘ ଜୀବନ କାମନା କରିଥିଲେ। ଏଥିପାଇଁ ଜେଲ୍ କର୍ତ୍ତୃପକ୍ଷ ସମସ୍ତ ବ୍ୟବସ୍ଥା କରିଥିଲେ। ବିଭିନ୍ନ କାରଣରୁ କାରାଦଣ୍ଡ ଭୋଗୁଥିବା ମହିଳା କଏଦୀମାନେ ଆଜି ସାବିତ୍ରୀ ବ୍ରତ ପାଳନ କରି ଖୁସି ଅନୁଭବ କରିଥିଲେ।

Previous ArticleNext Article

Send this to a friend