ଚିଙ୍ଗୁଡି ଘେରି ଲିଜ୍‌ ନେବେ ବୋଲି, ବୋମା ପକାଇଲେ, ହାଣିଦେଲେ

ପୁରୀ(ଓଡିଶା ରିପୋର୍ଟର): ବ୍ରହ୍ମଗିରିରେ ଚିଲିକା ଚିଙ୍ଗୁଡ଼ି ଘେରି ଲିଜ୍‌କୁ ନେଇ ୨ ଗାଁ ମୁହାଁମୁହିଁ ହୋଇଛନ୍ତି । କୃଷ୍ଣପ୍ରସାଦ ଥାନା ଅଲଣ୍ଡାପାଟଣା ଓ ଯମୁନା ଗ୍ରାମବାସୀ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ବୋମା ଓ ଟେକାପଥର ମାଡ଼ ହୋଇଛି। ଏହାସହ ଖଣ୍ଡା, କାତିରେ ପରସ୍ପରକୁ ଆକ୍ରମଣ ମଧ୍ୟ କରିଛନ୍ତି ୨ ଗ୍ରାମବାସୀ ।  ଫଳରେ ଉଭୟ ପକ୍ଷରୁ ୧୦ ଜଣ ଆହତ ହୋଇଛନ୍ତି।  ଚିକିତ୍ସା ନିମନ୍ତେ ଆହତମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି ।

Previous ArticleNext Article

Send this to a friend