ବନ୍ଦେ ଉତ୍କଳ ଜନନୀ ଗୀତକୁ ନେଇ ବିବାଦ ବଢ଼ିଲା: ଧାରଣାରେ ବସିଲା କୋଶଳ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ସଙ୍ଗୀତକୁ ରାଜ୍ୟର ସଙ୍ଗୀତର ମାନ୍ୟତା ଦେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଥିବା ବେଳେ ଏହାକୁ ବିରୋଧ କରିଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ସମିତିର କର୍ମକର୍ତ୍ତା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ପାଇଁ ଚେଷ୍ଟା କରା ନ ଯାଉ ବୋଲି ଦାବି କରି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହି […]

balangir

balangir

Rakesh Mallick
  • Published: Thursday, 28 June 2018
  • Updated: 28 June 2018, 12:06 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ସଙ୍ଗୀତକୁ ରାଜ୍ୟର ସଙ୍ଗୀତର ମାନ୍ୟତା ଦେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଥିବା ବେଳେ ଏହାକୁ ବିରୋଧ କରିଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ସମିତିର କର୍ମକର୍ତ୍ତା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ପାଇଁ ଚେଷ୍ଟା କରା ନ ଯାଉ ବୋଲି ଦାବି କରି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ଏହି ଧାରଣାରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଛନ୍ତି। ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର କୋଶଳାଞ୍ଚଳକୁ ଅବହେଳା ପ୍ରଦର୍ଶନ କରୁଛନ୍ତି। ତେଣୁ ଅତିଶୀଘ୍ର କୋଶଳ ରାଜ୍ୟ ଗଠନ କରାଯାଉ ଏବଂ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବାର ଚେଷ୍ଟା ବନ୍ଦ କରାଯାଉ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି।

‘ବନ୍ଦେ ଉତ୍କଳ ଜନନୀ...’ଗୀତରେ ‘ଉତ୍କଳ’ ଶବ୍ଦ ବଦଳରେ ‘ଓଡ଼ିଶା’ ଶବ୍ଦ ବ୍ୟବହାର କରିବା ପାଇଁ ଦାବି ହେଉଥିବା କହି ବିବାଦ ଭିତରକୁ ଆସିଥିବା ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କିଛି ଅଞ୍ଚଳର ଲୋକ ବିରୋଧ କରିଛନ୍ତି। ସେମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ସଂଯୋଜକ ପ୍ରମୋଦ ମିଶ୍ର। ଏହା ସହିତ କୋଶଳାଞ୍ଚଳର ସମସ୍ତ ନିର୍ବାଚିତ ପ୍ରତିନିଧ ଏକଜୁଟ ହୋଇ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ବିରୋଧ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି।

ପ୍ରମୋଦ ମିଶ୍ର କହିଛନ୍ତି,“ଦୁଃଖର କଥା ‘ବନ୍ଦେ ଉତ୍କଳ ଜନନୀ’କୁ  ରାଜ୍ୟ ସଙ୍ଗୀତର ମର୍ଯ୍ୟାଦା ଦେବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି। ଆମେ ଏହାକୁ ବିରୋଧ କରୁଛୁ। କାରଣ କୋଶଳ କଳିଙ୍ଗ ଉତ୍କଳ ନେଇ ଓଡ଼ିଶା ଗଠନ ହୋଇଥିଲା। ଏହି ଅଞ୍ଚଳର ପ୍ରତିନିଧିତ୍ୱ କରୁଥିବା ଜଣେ ମନ୍ତ୍ରୀ ଓ ସାଂସଦ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମର୍ଯ୍ୟାଦା ନ ଦେବାକୁ କହିବାରୁ ତାଙ୍କୁ ସାରା ରାଜ୍ୟରେ ବିରୋଧ କରାଯାଉଛି। ଏହା ଏକ ଅସମ୍ଭିଧାନକ କାର୍ଯ୍ୟକଳାପ। ସମ୍ୱିଧାନରେ ସମସ୍ତଙ୍କୁ ସ୍ୱାଧୀନ ଭାବେ ନିଜର ମତବ୍ୟକ୍ତ କରିବାକୁ ଅଧିକାର ଦେଇଛି। ହେଲେ ଆମ ଅଞ୍ଚଳର ବିଧାୟକ ଓ ସାଂସଦଙ୍କୁ ବିରୋଧ କରିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଏହାକୁ ମଧ୍ୟ ଆମେ ପ୍ରତିବାଦ କରୁଛୁ। ଯେଉଁମାନେ ଆମକୁ ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରୁଛନ୍ତି ଆମେ ତାଙ୍କୁ ଅନୁରୋଧ କରିଛୁ ଯେ ସେମାନେ ସମସ୍ତେ ସମ୍ମିଳିତ ଭାବରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମର୍ଯ୍ୟାଦା ଦେବା ପାଇଁ ଯେଉଁ ଚେଷ୍ଟା ଚାଲିଛି ତାକୁ ବିରୋଧ କରନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos