ପ୍ରମାଣ ନଷ୍ଟର କୌଶଳ ଶିଖିବାକୁ ବାରମ୍ୱାର ଦେଖୁଥିଲେ ‘ଦୃଶ୍ୟମ’ ଫିଲ୍ମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରମାଣ ନଷ୍ଟ ପାଇଁ ଦେଖିଥିଲେ ହିନ୍ଦୀ ଫିଲ୍ମ ‘ଦୃଶ୍ୟମ’। ଏହି ଫିଲ୍ମକୁ ଥରେ ନୁହେଁ, ବହୁବାର ଦେଖିଥିଲେ। ‘ଦୃଶ୍ୟମ’ ଫିଲ୍ମରେ ଅଭିନୟ କରିଥିବା ଅଜୟ ଦେବଗନଙ୍କ ପରି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିଲେ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ତଥା ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର। ଏହାଛଡା ବୋମା ତିଆରି ପାଇଁ ଇଣ୍ଟରନେଟ ମାଧ୍ୟମରେ ବହୁ ବିଦେଶୀ ଏକ୍ସପର୍ଟଙ୍କ ସହିତ ଯୋଗାଯୋଗ କରିଥିଲେ। ଆଜି କ୍ରାଇମବ୍ରାଞ୍ଚ ଆଗରେ ଏହା ସ୍ୱୀକାର କରିଛନ୍ତି […]

punjilala

punjilala

Rakesh Mallick
  • Published: Friday, 27 April 2018
  • Updated: 27 April 2018, 08:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରମାଣ ନଷ୍ଟ ପାଇଁ ଦେଖିଥିଲେ ହିନ୍ଦୀ ଫିଲ୍ମ ‘ଦୃଶ୍ୟମ’। ଏହି ଫିଲ୍ମକୁ ଥରେ ନୁହେଁ, ବହୁବାର ଦେଖିଥିଲେ। ‘ଦୃଶ୍ୟମ’ ଫିଲ୍ମରେ ଅଭିନୟ କରିଥିବା ଅଜୟ ଦେବଗନଙ୍କ ପରି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିଲେ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ତଥା ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର। ଏହାଛଡା ବୋମା ତିଆରି ପାଇଁ ଇଣ୍ଟରନେଟ ମାଧ୍ୟମରେ ବହୁ ବିଦେଶୀ ଏକ୍ସପର୍ଟଙ୍କ ସହିତ ଯୋଗାଯୋଗ କରିଥିଲେ। ଆଜି କ୍ରାଇମବ୍ରାଞ୍ଚ ଆଗରେ ଏହା ସ୍ୱୀକାର କରିଛନ୍ତି ପୁଞ୍ଜିଲାଲ୍।

ଅନ୍ୟପକ୍ଷରେ ପାଟଣାଗଡ଼ରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚକୁ ଆଜି ମିଳିଛି ବଡ଼ ସୁରାକ। ମେହର ପଡାସ୍ଥିତ ପୁଞ୍ଜିଲାଲ୍‌ଙ୍କ ଘର ସାମ୍ନା ଡଷ୍ଟବିନରୁ ମିଳିଛି କିଛି ତାର ଓ ପିନ୍ ଭଳି ବହୁ ସନ୍ଦେହ ଜନକ ସାମଗ୍ରୀ। ଏପରି ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ନାକୁ ଆସିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ଫେବ୍ରୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। କୋରିୟରରେ ଆସିଥିବା ଉପହାର ପ୍ୟାକେଟ୍‌ ଖୋଲିଲା ବେଳେ ହୋଇଥିଲା ବିସ୍ଫୋରଣ। ଗୁରୁତର ଆହତ ହୋଇ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଖି ବୁଜିଲେ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେ ମାଆ। କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହୋଇ ବାପ ଘରକୁ ଫେରିଛନ୍ତି ସୌମ୍ୟଙ୍କ ସ୍ତ୍ରୀ ରୀମାରାଣୀ ସାହୁ।

ମେଡ଼ିକାଲରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ଜାଣି ଭାଙ୍ଗି ପଡ଼ିଥିଲେ ରୀମା। ଅଭିଯୁକ୍ତକୁ ଗିରଫ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଏସ୍‌ଆଇଟିକୁ ଦେଇଥିଲେ। ମାର୍ଚ୍ଚ ୨୪ ତାରିଖରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ବଲାଙ୍ଗିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ଏସ୍‌ପିଙ୍କ ପାଖକୁ ଆସିଥିବା ଚିଠିକୁ ନେଇ ତଦନ୍ତକାରୀ ଅଧିକାରୀମାନେ ଗୋଲକ ଧନ୍ଦାରେ ପଡ଼ି ଯାଇଥିଲେ। କାରଣ- ପାର୍ସଲ୍‌ ଓ ଚିଠି ପଠାଯାଇଥିବା ବ୍ୟକ୍ତିଙ୍କ ନାଁ ସମାନ ଥିଲା। ଏହାକୁ ନେଇ ତଦନ୍ତ ଆଗକୁ ଯାଇଥିଲା। ସନ୍ଦେହ ଘେରକୁ ଆସିଥିଲେ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍‌ ମେହେର। କ୍ରାଇମବ୍ରାଞ୍ଚ ପ୍ରଥମେ ପୁଞ୍ଜିଲାଲ୍‌ଙ୍କ ପାଞ୍ଜି ଖେଳାଇ ଥିଲା। ସେଥିରୁ ମିଳିଥିଲା ତାଙ୍କ ଅପରାଧୀକ ପ୍ରମାଣ। ତା’ପରେ ଆଗକୁ ମାଡ଼ିଥିଲା ଟିମ୍‌। ପୁଞ୍ଜିଲାଲ୍‌ଙ୍କ ଦୁଇ ବାସ ଭବନରେ ତଦନ୍ତକାରୀ ଟିମ୍‌ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଥିଲା। ଏହାକୁ ଆଧାର କରି ପୁଞ୍ଜିଲାଲ୍‌କୁ ଉଠାଇ ଆଣି ଘନ ଘନ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ତା’ପରେ ପୂରା ଘଟଣା ପଦାକୁ ଆସିଥିଲା। କେମିତି ରଚିଥିଲା କ୍ରାଇମ୍‌ ପ୍ଲଟ୍‌ ତାହା ତଦନ୍ତକାରୀ ଟିମ୍‌ ଆଗରେ ବଖାଣିଥିଲା ପୁଞ୍ଜିଲାଲ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story