ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ସଦର ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଛି । ସଂଘବଦ୍ଧ ଭାବେ ଯୁବକଙ୍କୁ ଆକ୍ରମଣ କରାଯାଇ ତାଙ୍କ ଦୁଇ ହାତକୁ କାଟିଦିଆଯାଇଛି । ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତାଙ୍କୁ ପ୍ରଥମେ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ଭତ୍‌ କରାଯାଇଥିଲା । ତାଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ଜଣଙ୍କ ରାଘବପାଲ୍ଲୀ ଗାଁର କ୍ଷୀରୋଦ ମିଶ୍ର ବୋଲି […]

bolangiri

bolangiri

Rakesh Mallick
  • Published: Tuesday, 07 July 2015
  • Updated: 07 July 2015, 10:31 AM IST

Sports

Latest News

ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ସଦର ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଛି । ସଂଘବଦ୍ଧ ଭାବେ ଯୁବକଙ୍କୁ ଆକ୍ରମଣ କରାଯାଇ ତାଙ୍କ ଦୁଇ ହାତକୁ କାଟିଦିଆଯାଇଛି । ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତାଙ୍କୁ ପ୍ରଥମେ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ଭତ୍‌ କରାଯାଇଥିଲା । ତାଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ଜଣଙ୍କ ରାଘବପାଲ୍ଲୀ ଗାଁର କ୍ଷୀରୋଦ ମିଶ୍ର ବୋଲି ଜଣାପଡିଛି । ଗାଁ ପୋଖରୀକୁ କ୍ଷୀରୋଦ ଧୋଇବାକୁ ଯାଉଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ପୋଲିସ ଏହାକୁ ଏକ ଗୋଷ୍ଠୀ ସଂଘର୍ଷ ବୋଲି କହିଛି । ଗାଁରେ ପତିଆରା ଦେଖାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଜୁନ ୫ ତାରିଖରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା । ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଥିଲା । ଜାମିନରେ ଆସିବା ପରେ ପୁଣି ଏପରି ସଂଘର୍ଷ ଘଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos